କିଶୋରଙ୍କୁ କୋଭୋଭାକ୍ସ ଟିକା ଦେବାକୁ ମିଳିଲା ଅନୁମତି

0 39

ନୂଆଦିଲ୍ଲୀ : ଦେଶରେ କିଶୋରମାନଙ୍କୁ କରୋନା ନିରୋଧୀ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ୧୨-୧୭ ବର୍ଷର ପିଲାଙ୍କୁ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକା ଦେବାକୁ ଏନଟିଏଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ ଟିକାକରଣ କରିବାରେ ସରକାରଙ୍କୁ ଅଧିକ ସଫଳତା ମିଳିବ । ଟିକାକରଣ ଉପରେ ରାଷ୍ଟ୍ରୀୟ ଟେକନିକ୍‌ ପରାମର୍ଶ ସମୁହ (ଏନଟିଏଜିଆଇ) ଦେଶରେ ଟିକାକରଣ ଅଭିଯାନ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥାନ୍ତି । ଏନଟିଏଜିଆଇଙ୍କ ସୁପାରିଶ ପରେ ଏହି ପ୍ରସ୍ତାବ ସରକାରଙ୍କ ନିକଟକୁ ଯିବ । ଏହାକୁ ଡିସିଜିଆଇ କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି । ଭାରତରେ ୧୨-୧୪ ବର୍ଷର ପିଲାମାନଙ୍କୁ ମାର୍ଚ୍ଚ ୧୬ ତାରିଖ ଠାରୁ କରୋନା ନିରୋଧୀ ଟିକାକରଣ ଆରମ୍ଭ ହୋଇ ସାରିଛି । ଏହି କ୍ରମରେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବବାକ୍ସ ଟିକାକୁ ବ୍ୟବହାର କରାଯାଉଛି ।

hiranchal ad1
Leave A Reply

Your email address will not be published.

5 × four =