ଶ୍ରୀକ୍ଷେତ୍ରରେ ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ

0 76

ପୁରୀ : ଶ୍ରୀକ୍ଷେତ୍ରରେ ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସେବାୟତଙ୍କ ଦ୍ୱାରା ଟ୍ରଫିରେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇଛି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀରୁ ଟ୍ରଫି କୋଣାର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଥିବାରୁ ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ।
ହକି ବିଶ୍ୱକପ ଟ୍ରଫି ସୋମବାର ରାତିରେ ପୁରୀରେ ପହଞ୍ଚିଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଟ୍ରଫିକୁ ସ୍ୱାଗତ କରିଥିଲେ । ଆଜି ସକାଳେ ଭବ୍ୟ ପଟୁଆରରେ ସମୁଦ୍ରକୂଳରେ ପହଞ୍ଚିଥିଲା ଟ୍ରଫି । ରଙ୍ଗାରଙ୍ଗ ଓ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଏହି ଅବସରରେ ବେଳାଭୂମିରେ ବ୍ୟବସାୟ କରୁଥିବା ଓଟ ଓ ଘୋଡ଼ାଙ୍କୁ ସୁସଜ୍ଜିତ କରାଯାଇଥିଲା । ଚକ ଦେ ଇଣ୍ଡିଆ ସଙ୍ଗୀତ ତାଳେ ତାଳେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା । ଏଥିରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, କ୍ରୀଡାବିତ, ବିଭିନ୍ନ ସ୍ୱେଚ୍ଛାସେବୀ ଓ ସାମାଜିକ ସଂଗଠନର ସଦସ୍ୟ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

hiring


ସ୍ୱର୍ଣ୍ଣାଭ ବେଳାଭୂମି ପରେ ଟ୍ରଫିକୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଅଣାଯାଇଥିଲା । ସାଂସ୍କୃତିକ ଦଳ ମାଧ୍ୟମରେ ସ୍ୱାଗତ କରାଯାଇ ଅରୁଣ ସ୍ତମ୍ଭ ପାଖକୁ ନିଆଯାଇ ବେଦମନ୍ତ୍ର ସହ ପୂଜାର୍ଚ୍ଚନା ଓ ଖଣ୍ଡୁଆ ପାଟ ଅର୍ପଣ କରାଯାଇଥିଲା । ଶ୍ରୀମନ୍ଦିର ଛତିଶା ନିଯୋଗ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତଙ୍କ ପକ୍ଷରୁ ଏହାକୁ ଭବ୍ୟ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ନିକଟରେ ପ୍ରଦର୍ଶନ କରାଯାଇଥିଲା
ପରେ ଟ୍ରଫିକୁ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ଓ କୋଣାର୍କ ମନ୍ଦିର ନିକଟକୁ ନିଆଯାଇ ପ୍ରଦର୍ଶନ ପରେ ଜିଲ୍ଲାରୁ ବିଦାୟ ଦିଆଯାଇଛି ।
ଓଡ଼ିଶା ଦ୍ୱିତୀୟ ଥର ପାଇଁ ୨୦୨୩ ବିଶ୍ୱକପ ପୁରୁଷ ହକି ଆୟୋଜନ କରୁଛି । ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବିତ । ଏହା ଭୁବନେଶ୍ୱର ଓ ରାଉରକେଲାରେ ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ହକିର ପ୍ରଚାର ପ୍ରସାର ଓ ଲୋକପ୍ରିୟତା ପାଇଁ ଏହି ବିଶ୍ୱକପ ଟ୍ରଫିକୁ ବିଭିନ୍ନ ରାଜ୍ୟ,କେନ୍ଦ୍ର ଶାସିତ ଅଞ୍ଚଳ ଓ ଆମ ରାଜ୍ୟର ୩୦ ଜିଲ୍ଲା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

2 × 1 =