ଜଳିଗଲା ଗାଡି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0 171

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ କଚେଟମାଳ ଗ୍ରାମର ଏକ ସମ୍ପର୍କୀୟ ପରିବାରକୁ ଏକୋଇଶିଆ ଉତ୍ସବରେ ଯୋଗଦେବା ପାଇଁ ନାରାୟଣପ୍ରସାଦ ଗ୍ରାମରୁ କିଛି ବ୍ୟକ୍ତି ଏକ ଗାଡ଼ିରେ ଯାଇଥିଲେ । ତେବେ ଫେରିବା ସମୟରେ ଗାଡି ଷ୍ଟାର୍ଟ କରୁଥିବା ବେଳେ ଗାଡ଼ିରେ ହଠାତ ନିଆଁ ଲାଗି ଯାଇଥିଲା । ଗାଡି ଚାଳକ ବିରଞ୍ଚି ନାରାୟଣ ସାହୁ ଓ ଏକ ଶିଶୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଚାଳକଙ୍କ ପନ୍ଦର ହଜାର ଟଙ୍କା ମୂଲ୍ୟର ଏକ ମୋବାଇଲ ଫୋନ ଓ ନଗଦ ୨୦ ହଜାର ଟଙ୍କା ସମେତ ମାରୁତି ଇକୋ ଗାଡିଟି ନିଆଁରେ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି । ଗାଡିଟି ଧାନଖଳା ନିକଟରେ ଥିବାରୁ ନିଆଁ ଯୋଗୁଁ ୩ ଜଣ ଚାଷୀଙ୍କ ଧାନ ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ କଣ୍ଟାମାଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଆନୁମାନିକ ୧୦୦ ବସ୍ତା ଧାନ ନଷ୍ଟ ହୋଇଛି ବୋଲି ଚାଷୀ ରନି ଧରୁଆ, କବିରାଜ ଧରୁଆ ଓ ସୁଦର୍ଶନ ପୁଟାଙ୍କ ଠାରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

14 − twelve =