ଦିନିକିଆ ମାନ୍ୟତା : ଶୀର୍ଷରେ ନ୍ୟୁଜିଲାଣ୍ଡ, ଜାଣନ୍ତୁ ଭାରତ ସ୍ଥାନ କେଉଁଠି

0 155

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ସିରିଜକୁ ୩-୦ରେ କ୍ଲିନି ସୁଇପ କରିଥିବା ଟିମ୍‌ ଇଣ୍ଡିଆ ପ୍ରକାଶିତ ଆଇସିସି ଦିନିକିଆ ଦଳ ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛି । ଟିମ୍‌ ଇଣ୍ଡିଆ ଆକାଉଣ୍ଟରେ ମୋଟ ୧୧୧ ରେଟିଂ ପଏଣ୍ଟ ରହିଛି ଏବଂ ବର୍ତ୍ତମାନ ଇଂଲଣ୍ଡଠାରୁ ମାତ୍ର ଆଠଟି ରେଟିଂ ପଏଣ୍ଟ ପଛରେ ରହିଛି । ଏଥି ସହ ନେଦରଲ୍ୟାଣ୍ଡ ବିପକ୍ଷରେ ୩-୦- କ୍ଲିନି ସୁଇପ ହାସଲ କରିଥିବା ପାକିସ୍ତାନ୍‌ ଦଳ ଚତୁର୍ଥ ସ୍ଥାନରେ ରହିଛି । ବର୍ତ୍ତମାନ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଚାରୋଟି ରେଟିଂ ପଏଣ୍ଟର ପାର୍ଥକ୍ୟ ରହିଛି ।
ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ସିରିଜ୍‌ ୨-୧ରେ ଜିତି ନ୍ୟୁଜିଲ୍ୟାଣ୍ଡ ୧୨୪ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛି । ୧୧୯ ରେଟିଂ ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଅକ୍ଟୋବର ୬ ରୁ ଭାରତକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବାକୁ ପଡିବ । ଅନ୍ୟପକ୍ଷରେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପରେ ପାକିସ୍ତାନ କେବଳ ଗୋଟିଏ ଦିନିକିଆ ଖେଳିବ ।

hiranchal ad1
Leave A Reply

Your email address will not be published.

twelve + 20 =