ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ବେକରେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା

0 372

ପାଟଣାଗଡ଼:ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଳେ ବେକରେ ରଶି ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଡେବ୍ରିପାଲି ଗାଁରେ । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ନିର୍ମମ ଭାବରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଗାଁର ଭକ୍ତ ନାଏକ (୪୫) ଓ ତାଙ୍କ ସ୍ତ୍ରୀ ଯଶୋଦା( ବେଲମତି) ନାଏକ (୪୦) ନିଜ କପା କିଆରିରେ ସ୍ୱାମୀ ସ୍ତ୍ରୀ ଦୁହେଁ କାମ କରୁଥିବା ସମୟରେ କୌଣିସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଭକ୍ତ ନାଏକ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଯଶୋଦାକୁ ଟାଙ୍ଗିଆରେ ହାଣି ହତ୍ୟା କରି ପରେ ଗଛରେ ଦୌଡି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରୁଛି । । ମୃତକଙ୍କ ଦୁଇ ପୁଅ ବିକାଶ ନାଏକ (୧୯) ଓ ସାନ ପୁଅ ଆକାଶ ନାଏକ ସେମାନେ ବାପା ମାଙ୍କୁ ହରାଇ ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି ।

hiranchal ad1
Leave A Reply

Your email address will not be published.

2 + seven =