ଆଫଗାନିସ୍ତାନ କ୍ରିକେଟରଙ୍କ ଗୁହାରି, ଆସିଫ ଅଲିଙ୍କୁ ବ୍ୟାନ କରୁ ଆଇସିସି

0 90

ନୂଆଦିଲ୍ଲୀ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଏସିଆ କପ୍‌ ୨୦୨୨ରେ ସୁପର ୪ ରେ ଖେଳାଯାଇଥିଲା । ମ୍ୟାଚ ଶେଷ ଓଭରରେ ପହଞ୍ଚିଥିଲା ଏବଂ ନାସିମ ଖାନ କ୍ରମାଗତ ଦୁଇଟି ଛକା ମାରି ପାକିସ୍ତାନକୁ ଗୋଟିଏ ୱିକେଟ ବିଜୟ ଦେଇଥିଲେ । ଏହି ପରାଜୟ ସହିତ ଆଫଗାନିସ୍ତାନ ସହିତ ଭାରତ ମଧ୍ୟ ଏସିଆ କପ୍‌ ୨୦୨୨ ର ଫାଇନାଲ ଦୌଡରୁ ବାଦ ପଡିଛନ୍ତି । ଏସିଆ କପ୍‌ ୨୦୨୨ ର ଫାଇନାଲ ବର୍ତ୍ତମାନ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ୧୧ ସେପ୍ଟେମ୍ବରରେ ଖେଳାଯିବ । ଗତକାଲିର ମ୍ୟାଚ୍‌ ସମୟରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ ଆସିଫ୍‌ ଅଲି ଆଫଗାନିସ୍ତାନ ବୋଲର ଫରେଦ ଅହମ୍ମଦ ମଲିକଙ୍କ ଉପରେ ବ୍ୟାଟ୍‌ ଉଠାଇଥିଲେ, ଏହାକୁ ନେଇ କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଥିଲେ । କିଛି ଆଫଗାନିସ୍ତାନ କ୍ରିକେଟର ଦାବି କରିଛନ୍ତି ଯେ ଆସିଫ ଅଲିଙ୍କୁ ଆଇସିସି ବ୍ୟାନ କରୁ ।
ଆସିଫ କେବଳ ବ୍ୟାଟ୍‌ ଉଠାଇ ନଥିଲେ ବରଂ ଫରିଦଙ୍କୁ ମଧ୍ୟ ପିଟିଥିଲେ । କ୍ରିକେଟ୍‌ ଭଦ୍ରଲୋକଙ୍କ ଖେଳ ବୋଲି କୁହାଯାଏ, କିନ୍ତୁ ଏହି ଦୁଇ ଦଳର ଖେଳାଳିମାନେ ଯେପରି ପଡ଼ିଆରେ ଆଚରଣ କରିଥିଲେ, ତାହା ଅତ୍ୟନ୍ତ ଲଜ୍ଜାଜନକ ଥିଲା । ଆସିଫ ଅଲିଙ୍କ ଏହି ଆଚରଣକୁ କ୍ରିକେଟ୍‌ ଜଗତ ଦୃଢ ନିନ୍ଦା କରିଛନ୍ତି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଗୁଲବାଦ୍ଦିନ ନାଏବ ଟ୍ୱିଟରରେ ଲେଖିଛନ୍ତି, ‘ଆସିଫ ଅଲି ପଡ଼ିଆରେ ଯେପରି ମୁର୍ଖତା ପ୍ରଦର୍ଶନ କରିଥିଲେ, ତାଙ୍କୁ ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚରୁ ବ୍ୟାନ କରାଯିବା ଉଚିତ୍‌ । ଯେକୌଣସି ବୋଲରଙ୍କ ବ୍ୟାଟ୍ସମ୍ୟାନ୍‌ଙ୍କ ଆଉଟ୍‌ କରିବା ପରେ ଉତ୍ସବ ପାଳନ କରିବାର ଅଧିକାର ଅଛି, ଏହିପରି ଲଢିବା ଠିକ୍‌ ନୁହେଁ ।
ଆସିଫ ଅଲିଙ୍କ ଆଉଟ୍‌ ହେବା ସହ ପାକିସ୍ତାନ ନମ୍ବର ୱିକେଟ ହରାଇଥିଲା ଏବଂ ନାସିମ ଶାହା ବ୍ୟାଟିଂ କରିବାକୁ ଆସିଥିଲେ । ଶେଷ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୧୧ ରନ୍‌ ଆବଶ୍ୟକ କରୁଥିବାବେଳେ ଆଫଗାନିସ୍ତାନକୁ ଏକ ୱିକେଟ୍‌ ଦରକାର ଥିଲା । ପ୍ରଥମ ଦୁଇଟି ବଲରୁ ୨ଟି ଛକା ମାରିବା ସହ ନାସିମ ଶାହା ପାକିସ୍ତାନକୁ ସ୍ମରଣୀୟ ବିଜୟ ଦେଇଥିଲେ । ଏହା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଆଫଗାନିସ୍ତାନ ଏବଂ ପାକିସ୍ତାନୀ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା ।

hiranchal ad1
Leave A Reply

Your email address will not be published.

two × 1 =