ଭିକିଙ୍କ ସହ କେମିତି ପ୍ରେମ ହୋଇଥିଲା, କହିଲେ କ୍ୟାଟ୍ରିନା

0 83

ନୂଆଦିଲ୍ଲୀ : କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ବଲିଉଡର ପ୍ରିୟ ଦମ୍ପତି । ବିବାହ ପରେ କ୍ୟାଟ୍ରିନା କୈଫ କରଣ ଜୋହରଙ୍କ ସୋ’ରେ ଆସି ସେମାନଙ୍କ ପ୍ରେମ କାହାଣୀ ଉପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି । କ୍ୟାଟ୍ରିନା ତାଙ୍କ ସହ-ତାରକା ସିଦ୍ଧନ୍ତ ଚତୁର୍ବେଦୀ ଏବଂ ଇଶାନ୍‌ ଖଟ୍ଟରଙ୍କ ସହ ଆସିଥିଲେ । କ୍ୟାଟ୍ରିନା ଏକ ମଜାଦାର ଖୁଲାସା କରିଥିଲେ ଯେ ଯେତେବେଳେ ତାଙ୍କ ଏବଂ ବିକି କୌଶଲଙ୍କ ସମ୍ପର୍କର ଖବର ଗଣମାଧ୍ୟମରେ ଘୂରି ବୁଲୁଥିଲା, ସେମାନେ ପ୍ରକୃତରେ ପ୍ରେମରେ ପଡି ନଥିଲେ । ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଘଟଣା ଏତେ ଚମତ୍କାର ଭାବରେ ଘଟିଛି ଯେ ସେ ଅନୁଭବ କରିଥିଲେ ଯେ ବିକି କୌଶଲ ତାଙ୍କ ଭାଗ୍ୟରେ ଅଛନ୍ତି ।
କ୍ୟାଟ୍ରିନା କହିଛନ୍ତି, ଏହା ମଜାଦାର ଥିଲା କାରଣ ମିଡିଆରେ ମୋ ଏବଂ ଭିକିଙ୍କ ବିଷୟରେ ଏତେଗୁଡ଼ିଏ କଥା ଆସିବାବେଳେ ଆମେ ଡେଟିଂ କରୁନଥିଲୁ । ଏହା ପ୍ରକୃତରେ ବିଚିତ୍ର ଥିଲା । ଆମେ କେବଳ ଥରେ ଦେଖାସାକ୍ଷାତ କରିଥିଲୁ । ଏକ ସ୍କ୍ରିନ୍‌ ପୁରସ୍କାରରେ ମୁଁ ତାଙ୍କୁ ପ୍ରଥମ ଥର ପାଇଁ ଭିକିଙ୍କୁ ଭେଟିଥିଲି । କ୍ୟାଟ୍ରିନା ପ୍ରକାଶ କରିଛନ୍ତି ଯେ ଜୋୟା ଅଖତର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି କହିଥିଲେ ତମକୁ ଭିକି କୌଶଲ ପସନ୍ଦ କରନ୍ତି । ଜୋୟାଙ୍କ ପାର୍ଟୀରୁ ହିଁ ଉଭୟ ଉଭୟଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ । କ୍ୟାଟ୍ରିନା ଏହା ମଧ୍ୟ କହିଛନ୍ତି ଯେ ବିକି କୌଶଲ ତାଙ୍କ ପାଇଁ କେବଳ ଏକ ନାମ ଥିଲା । ଯେତେବେଳେ ମୁଁ ତାଙ୍କୁ ଭେଟିଲି, ମୁଁ ତାଙ୍କ ପ୍ରେମରେ ପଡି ଯାଇଥିଲି । ସେ ଯେପରି ଭାବରେ ତାଙ୍କ ପରିବାରର ଯତ୍ନ ନିଅନ୍ତି, ତାହାକୁ ଦେଖି ମୁଁ ତାଙ୍କ ପ୍ରତି ପ୍ରଭାବିତ ହୋଇଥିଲି ବୋଲି କ୍ୟାଟ୍ରିନା କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =