ବଢିବନି ପୁରୀ ବଡଦାଣ୍ଡର ଓସାର : ଉପ ଜିଲ୍ଲାପାଳ

0 78

ପୁରୀ: ପୁରୀ ବଡ଼ଦାଣ୍ଡର ଓସାର ୪୦ ଫୁଟ ବଢିବ । ଦୁଇ ପାର୍ଶ୍ୱର ନିର୍ମାଣ ଭଙ୍ଗାଯାଇପାରେ । ଏଭଳି କିଛି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସହରବାସୀ ଆତଙ୍କିତ ହୋଇପଡିଛନ୍ତି । ତେବେ ଏ ନେଇ ସ୍ପଷ୍ଟ କରିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।ଏଭଳି କୌଣସି ଯୋଜନା କିମ୍ବା ପ୍ରସ୍ତାବ ନଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଦିନକୁ ଦିନ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବାରୁ କେବଳ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ କରାଯିବ । ଶ୍ରୀସେତୁ କାର୍ଯ୍ୟ ସରିବା ପରେ ଭକ୍ତ ତଥା ଶ୍ରଦ୍ଧାଳୁ ସିଧାସଳଖ ମାଳତୀପାଟପୁରରୁ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚିବେ । ହସ୍ପିଟାଲ ଛକରୁ ଆଉ କୌଣସି ଗାଡ଼ି ବଡ଼ଦାଣ୍ଡକୁ ଯିବ ନାହିଁ । ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଭକ୍ତଙ୍କ ଯିବା ଆସିବା ପାଇଁ ରାସ୍ତା ରହିବ । ତେବେ କୌଣସି ଉଚ୍ଛେଦ କିମ୍ବା ଭଙ୍ଗାଭଙ୍ଗି ହେବ ନାହିଁ । କେବଳ କାକୁଡିଖାଇ ଛକରୁ ସ୍ୱର୍ଗଦ୍ୱାର ରାସ୍ତା ଓ ଗଡନ୍ତି ଛକରୁ ଲୋକନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଲୋକଙ୍କ ସହଯୋଗରେ ଚଉଡା କରିବା ପାଇଁ ଆଲୋଚନା କରାଯାଉଛି । ଏ ନେଇ ସର୍ଭେ କାର୍ଯ୍ୟ ପ୍ରାରମ୍ଭିକ ସ୍ତରରେ ଲୋକଙ୍କ ସହ ଆଲୋଚନା କରାଯାଇ ସେମାନଙ୍କ ସହଯୋଗରେ ଏହି ଦୁଇଟି ରାସ୍ତା ଚଉଡା ପାଇଁ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × 3 =