ରାଜ୍ୟଗୋଷ୍ଠୀ କ୍ରିକେଟ : ପାକିସ୍ତାନକୁ ହରାଇଲା ଭାରତ

0 89

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଅନୁଷ୍ଠିତ ଏକ କ୍ରିକେଟ ମ୍ୟାଚରେ ଭାରତୀୟ ମହିଳା ଦଳ ବିଜୟୀ ହୋଇଛନ୍ତି । ସ୍ମୃତି ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା ଦଳ ୯୯ ରନ କରିଥିଲା । ପରେ ଭାରତୀୟ ଦଳ ୨ ୱିକେଟ ହରାଇ ୧୦୨ ରନ୍‌ କରିବା ସହ ବିଜୟୀ ହୋଇଥିଲା । ୮ ୱିକେଟରେ ମ୍ୟାଚ ଜିତି ଭାରତୀୟ ଦଳର ମନବଳ ଦୃଢ ହୋଇଛି । ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଓହ୍ଲାଇଥିବା ଭାରତୀୟ ଦୁଇ ଓପନରଙ୍କ ଭିତରୁ ସେଫାଳି ବର୍ମା ୧୬ ରନ କରି ଆଉଟ ହୋଇଥିଲେ । ହେଲେ ସ୍ମୃତି ମନ୍ଧାନା କ୍ରିଜ୍‌ରେ ଜମି ରହି ୪୨ ବଲ୍‌ରେ ଅପରାଜିତ ୬୩ ରନ କରିଥିଲେ;ଯେଉଁଥିରେ ୩ ଛକା ୮ ଚୌକା ଥିଲା । ଦ୍ୱିତୀୟ ୱିକେଟ ଭାବେ ସବଭିନେଇ ମେଘନା ୧୪ ରନ୍‌ରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଜେମିମା ରୋଡ୍ରିଗଜ୍‌ ୨ ରନ୍‌ କରି ଅପରାଜିତ ଥିଲେ । ମନ୍ଧନା ଚୌକା ମାରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ୧୧.୪ ଓଭର ଖେଳି ଭାରତ ବିଜୟ ଲକ୍ଷ୍ୟ ପୂରଣ କରିଥିଲା ।

hiranchal ad1
Leave A Reply

Your email address will not be published.

2 × two =