ଆନ୍ଦୋଳନ ସ୍ଥଗିତ, ହଷ୍ଟେଲକୁ ଫେରିବେ ଛାତ୍ରୀ

0 138

ବଲାଙ୍ଗୀର : ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଚାଲିଥିବା ସରକାରୀ ମହିଳା ମହାବିଦ୍ୟାଳୟ ହଷ୍ଟେଲ କର୍ମଚାରୀଙ୍କ ଧାରଣା ସ୍ଥଗିତ ସୂଚନା ଦେଇଛନ୍ତି ଶ୍ରମିକ ନେତା ବିଭୁଦତ୍ତ ମିଶ୍ର । ଏ ସଂପର୍କୀତ ଏକ ପ୍ରେସ୍‌ ବାର୍ତ୍ତା ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିଅନ୍‌ ଅଫ୍‌ ବଲାଙ୍ଗୀର ତରଫରୁ ଜାରି କରାଯାଇଛି । ସୂଚନା ଅନୁସାରେ,ଗତକାଲି ପ୍ରଶାସନ, କଲେଜ କର୍ତ୍ତୃପକ୍ଷ, ଶ୍ରମ ଅଧିକାରୀ, ପୋଲିସ ଓ ଆନ୍ଦୋଳନକାରୀ ତଥା ଶ୍ରମିକ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା । ଶ୍ରମିକଙ୍କ ସମସ୍ତ ଦାବୀ ପୂରଣ ଲିଖିତ ପ୍ରତିଶୃତି ଦିଆଯାଇଛି । ଏଣୁ କର୍ମଚାରୀମାନେ ଧାରଣା ସ୍ଥଗିତ କରିଛନ୍ତି । ହଷ୍ଟେଲ ଅଚଳାବସ୍ଥା ଦୂର ହୋଇଛି । ଛାତ୍ରୀମାନେ ହଷ୍ଟେଲ ଫେରିବେ । ଶ୍ରମିକଙ୍କ ହକ୍‌ ଲଢେଇରେ ସହଯୋଗ କରିଥିବା ନାଗରିକ କମିଟୀ ସଂପାଦକ ମନୋରଞ୍ଜନ ସାହୁ, ୟୁଥ୍‌ ଆକ୍ସନ କମିଟୀ ସଂଯୋଜକ ରିଲୁ ରଥ, ବିଶ୍ୱହିନ୍ଦୁ ପରିଷଦ ମାତୃଶକ୍ତି ଜିଲ୍ଲା ପ୍ରମୁଖ ଶ୍ରୀପଦା ସଡଙ୍ଗୀ, ପବିତ୍ର ଦାଶ, ଆଶାକର୍ମୀ ସଂଗଠନର ଓମି ଗୁପ୍ତା ଓ ସାଏବୁ ନନ୍ଦ, ଏଆଇଟିୟୁସି ଜିଲ୍ଲା ଉପସଭାପତି ତୀର୍ଥ ପଧାନ, ପାଚିକା ସଂଘର ଜଗବନ୍ଧୁ ବେହେରା, ଭାରତୀୟ ମଜଦୁର ସଂଘ ରାଜ୍ୟ ସଂପାଦକ ଅରୁଣ ସାହୁ, ଭିଲେଜର୍ସ ଇଣ୍ଡିଆ ପାର୍ଟି ରାଜ୍ୟ ଅଧ୍ୟକ୍ଷ ଡ. ବିପିନ କୁଶଲିଆ, କର୍ତ୍ତବ୍ୟ ଫାଉଣ୍ଡେସନ ଅଧ୍ୟକ୍ଷ କାହ୍ନା ଶତପଥୀ, ଓବିସି ମଞ୍ଚର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସତ୍ୟ ବନଛୋର ଏବଂ କୃଷକ ସଂଘର୍ଷ ସମିତିର ମଧୁସୂଦନ କ୍ଷେତି ପ୍ରମୁଖଙ୍କୁ ଶ୍ରୀ ମିଶ୍ର, ବିନୋଦ କାଲସାଏ , ପ୍ରୀତମ ଠାକୁର ଶ୍ରମିକମାନଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ବିଳମ୍ବିତ ହୋଇଥିଲେ ମଧ୍ୟ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିବା ସହ ଗଣମାଧ୍ୟମକୁ ମଧ୍ୟ ବିଭୁଦତ୍ତ ମିଶ୍ର ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

ten − 3 =