ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ: ସଞ୍ଜୟ ରାଉତ

0 71

ମୁମ୍ବାଇ: ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ ବୋଲି ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ବାସଭବନ ଚଢ଼ାଉ କରିବା ପରେ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଆଜି ସକାଳେ ମରାଠୀ ଭାଷାରେ ଟୁଇଟ୍‌ କରି ସଞ୍ଜୟ ଲେଖିଛନ୍ତି: କ‌ୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ। ‘ଶିବସେନା’ ମୁଖ୍ୟ ବାଲାସାହେବ ଠାକ୍‌ରେଙ୍କ ରାଣ ଖାଇ ମୁଁ ଏକଥା କହୁଛି। ବାଲାସାହେବ ଆମକୁ ସଂଗ୍ରାମ କରିବା ଶିଖାଇଥିଲେ। ମୁଁ ‘ଶିବସେନା’ ପାଇଁ ଲଢ଼ିବି। ଅକାରଣ କାର୍ଯ୍ୟାନୁଷ୍ଠାନ। ମିଥ୍ୟା ପ୍ରମାଣ। ମୁଁ ‘ଶିବସେନା’ ଛାଡ଼ିବି ନାହିଁ। ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର।

hiranchal ad1
Leave A Reply

Your email address will not be published.

5 × 3 =