ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକୁଛି ଭାରତ :
ଦେଶକୁ ୨ୟ ସ୍ୱର୍ଣ୍ଣ ଦେଲେ ଜେରେମି

0 53

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରତର ପ୍ରଦର୍ଶନ ଧୀରେ ଧୀରେ ବଳିଷ୍ଠ ଓ ପ୍ରଭାବଶାଳୀ ହେବାରେ ଲାଗିଛି । ଭାରତୀୟ ପ୍ରତିଯୋଗୀମାନେ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ବିଶେଷକରି,ଭାରୋତ୍ତୋଳନରେ ଭାରତର ପ୍ରଦର୍ଶନ ଖୁବ ଚମକ୍ରାର ହୋଇଛି । ଗତକାଲି ମୀରାବାଇ ଚାନୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ । ଆଜି ଦ୍ୱିତୀୟ ସ୍ୱର୍ଣ୍ଣ ଦେଇଛନ୍ତି ଅନ୍ୟତମ ସୁନାମଧନ୍ୟ ଆଥଲେଟ ଜେରେମି ଲାଲରିନୁଙ୍ଗା । ଏଥିସହ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି । ଏହି ସଫଳତା ପାଇଁ କେନ୍ଦ୍ର ସରକାର ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜେରେମି ଲାଲନିରୁଙ୍ଗା ରବିବାର ପୁରୁଷ ଭାରୋତ୍ତୋଳନର ୬୭ କିଲୋ ଭାର ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଜେରେମି ସ୍ନାଚ୍‌ରେ ରେକର୍ଡ ୧୪୦ କିଲୋ ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୬୦ କିଲୋ ଓଜନ ଉଠାଇବାରେ ସଫଳ ହୋଇଛନ୍ତି । ଅର୍ଥାତ ସେ ରେକର୍ଡ ପ୍ରତିଷ୍ଠା କରି ମୋଟ୍‌ ୩୦୦ କିଲୋ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ଏକ ନୂତନ ସିଡବ୍ଲ୍ୟୁଜି ରେକର୍ଡ । ଖାସ୍‌ କଥା ହେଉଛି ଯେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ସମସ୍ତ ପାଞ୍ଚ ପଦକ ଭାରୋତ୍ତୋଳନରୁ ହିଁ ମିଳିଛି । ଟୋକିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ୪୯ କିଲୋ ଭାର ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ସଙ୍କେତ ମହାଦେବ ପୁରୁଷ ୫୫ କିଲୋ ଭାରବର୍ଗ ଏବଂ ବିନ୍ଦିୟାରାମୀ ଦେବୀ ମହିଳା ୫୫ କିଲୋ ଭାର ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଏହା ବାଦ୍‌ ଗୁରୁରାଜା ପୂଜାରୀ ୬୧ କିଲୋ ଭାର ବର୍ଗରେ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ । ଜେରେମି ୨୦୧୮ ଗ୍ରୀଷ୍ମକାଳୀନ ୟୁଥ ଅଲିମ୍ପିକରେ ଯୁବକ ୬୨ କିଗ୍ରା ବର୍ଗ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥିସହ ୟୁଥ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହେବାର ରେକର୍ଡ କରିଥିଲେ । ପୁଣି ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ମଧ୍ୟ ରୌପ୍ୟ ପଦକ ନିଜ ନାମରେ କରିଥିଲେ । ୧୯ ବର୍ଷୀୟ ମିଜୋରାମ ଆଥଲେଟ ଜେରେମି ଲାଲନିରୁଙ୍ଗା ଗତ ବର୍ଷ ଆୟୋଜିତ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପର ପୁରୁଷ ୬୭ କିଲୋ ଭାରବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ତାସକେଣ୍ଟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜେରେମି ୩୦୫ କିଲୋ ଓଜନ ଉଠାଇ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ । ୫ ମେଡାଲ ସହ ବର୍ତ୍ତମାନ ଭାରତ ଷଷ୍ଠ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ।

hiranchal ad1
Leave A Reply

Your email address will not be published.

13 − eleven =