ଆଇଏସଆଇଏସ ଲିଙ୍କ ସନ୍ଦେହ :
୬ ରାଜ୍ୟରେ ଏନଆଇଏର ବ୍ୟାପକ ଚଢଉ

0 49

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଭାରତରେ ତା’ର କାୟା ବିସ୍ତାର କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହା ବିଭିନ୍ନ ଗୋଷ୍ଠୀ ଓ ଯୁବବର୍ଗଙ୍କୁ ଟାର୍ଗେଟ କରୁଛି । ସେମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି । ଏ ସଂପର୍କରେ ସୂଚନା ପାଇବା ପରେ,ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ୬ଟି ରାଜ୍ୟର ୧୩ଟି ସ୍ଥାନରେ ଚଢ଼ାଉ କରିଛି । ଆଇଏସଆଇଏସ ସହ ଜଡିତ ସନ୍ଦେହଜନକ କାର୍ଯ୍ୟକଳାପକୁ ନେଇ ଏହି ଚଢ଼ାଉ ଚାଲିଛି । ଯେଉଁ ରାଜ୍ୟଗୁଡ଼ିକରେ ଏନଆଇଏ ଚଢ଼ାଉ କରିଛି,ସେଥିମଧ୍ୟରେ ରହିଛି ମଧ୍ୟପ୍ରଦେଶ,ଗୁଜୁରାଟ,ବିହାର,କର୍ଣ୍ଣାଟକ,ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ । ମଧ୍ୟପ୍ରଦେଶର ଭୋପାଳ-ରାଇସେନ୍‌, ଗୁଜୁରାଟର ଭରୁଚ-ସୁରଟ-ନଭସାରୀ-ଅହମ୍ମଦାବାଦ, ବିହାରର ଆରାରିଆ, କର୍ଣ୍ଣାଟକର ଭଟକାଲ-ଟୁଙ୍କୁର,ମହାରାଷ୍ଟ୍ରର କୋଲହାପୁର-ନାନ୍ଦେଡ଼,ଉତ୍ତରପ୍ରଦେଶର ଦେଓବନ୍ଦରେ ଏଜେନ୍ସି ଚଢ଼ାଉ କରୁଛି । ଏନଆଇଏ ଟିମ୍‌ ସବୁକିଛି ଯାଞ୍ଚ କରୁଛି । ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଅଟକ ରଖାଯାଇଛି । ଏହିସବୁ ଅଞ୍ଚଳରେ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି । ଏନଆଇଏ ପକ୍ଷରୁ ମାମଲା ପଞ୍ଜୀକୃତ ହେବାର ଏକ ସପ୍ତାହ ପରେ ଏହି ଚଢ଼ାଉ କରାଯାଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।

hiranchal ad1
Leave A Reply

Your email address will not be published.

11 + 8 =