ପୋଖରୀରେ ବୁଡି ଚାଲିଗଲା ୫ ଶିଶୁଙ୍କ ଜୀବନ

0 68

ଜୟପୁର: ପୋଖରୀରେ ବୁଡି ଚାଲିଗଲା ୫ ଶିଶୁଙ୍କ ଜୀବନ । ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନୁପ୍ରଗଡରେ ଘଟିଛ ଏହି ଦୁଃଖଦ ଘଟଣା । ଏହି ଶିଶୁମାନେ ବର୍ଷା ପାଣି ଜମା ହେଉଥିବା ଏହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେମାନେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ସେମାନଙ୍କ ମୃତଦେହ ପୋଖରୀ ଭିତରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହଗୁଡିକୁ ଉଦ୍ଧାର କରିଥିଲା । ମୃତ୍ୟୁ ସଂଖ୍ୟା ବଢିପାରେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ଥାଉକି କିଛିଦିନ ତଳେ ଯୋଦ୍ଧପୁର ଠାରେ ଏକ କାର ବର୍ଷା ପାଣିରେ ଭାସି ଯିବାରୁ ଏଥିରେ ଥିବା ୪ ଶିଶୁଙ୍କ ଜୀବନ ଯାଇଥିଲା । ବାରମ୍ବାର ଅଘଟଣ ଘଟି ଶିଶୁମାନଙ୍କ ଜୀବନ ଯିବା ଉଦବେଗର ବିଷୟ ହୋଇଛି ।

hiranchal ad1
Leave A Reply

Your email address will not be published.

11 − 10 =