ପୂର୍ବତନ ସେନାନୀ ସଂଘର ବୈଠକ

0 73

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ରାଜୁଗୁରୁ ସାହି ସ୍ଥିତ ଗୋପୀନାଥ ପାଠାଗାର ପରିସରରେ ପୂର୍ବତନ ସେନାନୀ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ୟାପଟେନ ମଲିକାର୍ଜୁନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ସୈନିକମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଜିଲ୍ଲାର ସଙ୍ଘୀୟ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ସଂଘର କାର୍ଯ୍ୟଳୟ ପାଇଁ ସ୍ଥାୟୀ ଜମି ନିମନ୍ତେ ପ୍ରଶାସନଠାରେ ଅନୁରୋଧ କରିବା ପରେ ମଧ୍ୟ ଦୀର୍ଘ ଦିନ ହେଲା ତାହା ହୋଇପାରିନଥିବା ଯୋଗୁଁ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଅବସର ସେନାନୀମାନଙ୍କ ସ୍ୱାସ୍ଥ୍ୟ କାର୍ଡ ଓ କ୍ୟାଣ୍ଟିନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଭାଶେଷରେ ସର୍ଜେଣ୍ଟ ଭବାନୀ ଶଙ୍କର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 3 =