ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ଜିଲ୍ଲାସ୍ତରୀୟ କୁଳ ସମାଜର ନେତାଙ୍କୁ ନେଇ ବୈଠକ

0 105

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ କୁଳ ସମାଜର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଜିଲ୍ଲାରେ ଥିବା ୨୧ ଗୋଟି କୁଳ ସମାଜ ୩ ଟି ସମ୍ପ୍ରଦାୟରୁ ୪୮ ଜଣ ସଭାପତି ଓ ସମ୍ପାଦକ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବାଲ୍ୟ ବିବାହକୁ ଜିଲ୍ଲାରୁ ୨୦୨୨ ଶେଷ ସୁଦ୍ଧା ତୃଣମୂଳ ସ୍ତରରୁ ରୋକିବା ନେଇ ଆଲୋଚନା କରିଥିଲେ । କୁଳ ସମାଜର ନେତା ବାଲ୍ୟ ବିବାହକୁ ରୋକିବା ଦିଗରେ ଏକ ବଡ ଦାୟିତ୍ୱ ରହିଚି ଓ ନିଜ କୁଳ ସମାଜରେ ବାଲ୍ୟ ବିବାହକୁ ନ କରିବା ପାଇଁ ଉଦ୍ୟମ ଜାରି ରଖିବା ପାଇଁ ଅନୁରୋଧ କରି ଥିଲେ । ତତ୍‌ ସହିତ ସଚେତନତା କରି ଜଣାଇବା ଓ ସଂକଳ୍ପ ପତ୍ର ପ୍ରଶାସନକୁ ପ୍ରଦାନ କରିବା ନିମନ୍ତେ ଜଣାଇଥିଲେ । ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଏକ ଦସ୍ତଖତ ଅଭିଯାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଆମର ସମସ୍ତଙ୍କ ଲକ୍ଷ୍ୟ ଓ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଏହାକୁ ସଫଳ କରିବା ବୋଲି ସୂଚେଇ ଥିଲେ । ଅତିରିକ୍ତ ପୋଲିସ ଅଧିକ୍ଷକ ବାମଦେବ ସିଂହ ବାଲ୍ୟ ବିବାହ ସୂଚନା ପ୍ରଦାନ ନିମନ୍ତେ ୧୧୨ ନମ୍ବରକୁ କଲ୍‌ କରି ଜଣାଇବା ସହ ସମସ୍ତ ସହୋଯାଗ କରାଯିବ ଓ ସୁରକ୍ଷାର ବ୍ୟବସ୍ଥା ମଧ୍ୟ ଦିଅଯିବ ବୋଲି ଅବଗତ କରିଥିଲେ । ତତ୍‌ ସହ ସମାଜରୁ ବାଲ୍ୟ ବିବାହ ପରି କୁପ୍ରଥାକୁ ଦୁରେଇବାକୁ ହେଲେ ସମସ୍ତଙ୍କର ପ୍ରୟାସ ଓ ବାଲ୍ୟ ବିବାହକୁ ନା କହିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଫାଲଗୁନି ମାଝୀ ପ୍ରକଳ୍ପ ପ୍ରକାଶକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗ୍ରାମ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏକ ସାମୁହିକ ସଚେତନତା ଓ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି ବୋଲି ସୂଚେଇ ଥିଲେ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ବାଲ୍ୟ ବିବାହକୁ ଅବମାନନା କରୁଥିବା ଲୋକୋଙ୍କ ବିରୁଦ୍ଧରେ ମକଦ୍ଦମା କରି ଦଣ୍ଡ ଦେବାର ଆବଶ୍ୟକତା ରହିଚି ଓ କୁଳ ସମାଜ ମଧ୍ୟ ବାଲ୍ୟ ବିବାହ ରୋକିବା ନିମନ୍ତେ ନିଜ କୁଳରେ କଠୋର ନିୟମ ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ସମନ୍ନିତ ଶିଶୁ ସୁରକ୍ଷା ଯୋଜନା ରେ ଥିବା ସୁବିଧା ବିଷୟ ରେ ଅବଗତ କରେଇଥିଲେ । ଆକ୍ସନଆଡ୍ଡର ଜିଲ୍ଲା ସଂଯୋଜକବିକାଶ କୁମାର ମେହେର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ବାଲ୍ୟବିବାହ କାହାକୁ କହିବା, ବାଲ୍ୟବିବାହର ପ୍ରମୁଖ କାରଣ, ବାଲ୍ୟବିବାହର କୁପ୍ରଭାବ ଓ ଦଣ୍ଡ ବିଧାନ ବିଷୟରେ ଅବଗତ କରେଇବା ସହ ସଭା ପରିଚାଳନା କରିଥିଲେ । ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ କେନ୍ଦ୍ର ପ୍ରଶାସିକା ସକ୍ଷୀ ଦ୍ୱାରା ଦିଆଯାଉଥିବା ସେବା ଉପରେ ଅବଗତ କରାଇ ଥିଲେ । ଚାଇଲ୍ଡଲାଇନର ଜିଲ୍ଲା ସଂଯୋଜକ ନାରେଶ୍ୱର ଚୌଧୁରୀ ଚାଇଲ୍ଡଲାଇନର ସେବା ସମ୍ପର୍କରେ ଅବଗତ କରେଇ ଥିଲେ । ଶେଷରେ ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲା । ସଭାରେ ଜିଲ୍ଲାପାଳଙ୍କ ଓଏସଡି, ସମନ୍ୱିତ ଶିଶୁ ବିକାଶ ଯୋଜନାର ସମସ୍ତ୍‌ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ କର୍ମକର୍ତ୍ତା ଏବଂ ଆକ୍ସନ ଆଡ୍ଡର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eight − one =