ନ୍ୟୁ ଲୁକରେ କ୍ୟାପଟେନ କୁଲ୍

0 54


ନୂଆଦିଲ୍ଲୀ: ପୁଣି ଭାଇରାଲ ହେଲେ ମହେନ୍ଦ୍ର ସିଂହ ଧୋନୀ । କିନ୍ତୁ ଏଥର କ୍ରିକେଟ ପାଇଁ ନୁହେଁ । ନିଜର ନ୍ୟୁ ଲୁକ୍ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଧୋନୀ । ଲମ୍ବା କେଶ ହେଉ କି ସାଧୁ ବେଶ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଲୁକକୁ ନେଇ ଜଣାଶୁଣା। ଆଇପିଏଲ୍ର ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋଟ୍ସ ଗୁରୁବାର ଧୋନୀଙ୍କ ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି, ଯାହାକି ବେଶ ଭାଇରାଲ ହେବାରେ ଲାଗିଛି। କାରଣ ଏଥିରେ ଧୋନୀଙ୍କୁ ନୂଆ ଲୁକ୍ରେ ଦେଖିବାକୁ ମିଳିଛି। ଫଟୋ ଶେୟାର କରି ଷ୍ଟାର ସ୍ପୋଟ୍ସ କହିଛି, ଆଇପିଏଲ୍ ପୂର୍ବରୁ ଧୋନୀ କିଛି ନୂଆ କରିଛନ୍ତି। ଅସଲ ଫିଲ୍ମ ପାଇଁ ଆମ ସହ ରୁହନ୍ତୁ। ତେବେ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ୟ୍ୟାୟର ବିଜ୍ଞାପନ ପାଇଁ ଧୋନୀ ଏହି ଲୁକ୍ରେ ନଜର ଆସୁଥିବା କୁହାଯାଉଛି। ଆସନ୍ତା ୧୯ ସେପ୍ଟେମ୍ବରରୁ ୟୁଏଇରୁ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହାପୂର୍ବରୁ ଦଳ ୟୁଏଇରେ ପହଞ୍ଚିସାରିଛି। ସେହିଭଳି ଅନ୍ୟ ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଶେଷ ହେବା ପରେ ସାଥୀ ଖେଳାଳିଙ୍କୁ ଯୋଗଦେବେ ବୋଲି ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

6 − 3 =