ଆଇସିୟୁରେ ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକ

0 276

ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା ଫାଲକନ ଗ୍ରୁପ ଅଫ କମ୍ପାନୀର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସକାଳେ ଶ୍ରୀ ପଟ୍ଟନାୟକ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲର ହୃଦରୋଗ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ ଏବେ ଆଇସିୟୁ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲର ହୃଦରୋଗ ବିଭାଗର ବରିଷ୍ଠ ଚିକିତ୍ସକ ଡା.ବ୍ରଜ ଦାସ ତାଙ୍କର ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଶ୍ରୀ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷଣ ନଜର ରଖିଛନ୍ତି । ତେବେ ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କ ପୁଅ ପାର୍ଥଜିତ ପଟ୍ଟନାୟକ କହିଛନ୍ତି ଯେ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ ରହିଛି । ତାଙ୍କ ପିତାଙ୍କ ଆଶୁ ଆରୋଗ୍ୟ କାମନା କରି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବାକୁ ପାର୍ଥଜିତ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − six =