ରାତିରେ ପ୍ରେମିକାଙ୍କୁ ଭେଟିବା ମହଙ୍ଗା ପଡିଲା, ପ୍ରେମିକ ସହ ୪ ସାଙ୍ଗଙ୍କୁ ବାନ୍ଧିଲେ ଗ୍ରାମବାସୀ

0 205

ବାଲିପାଟଣା: ବିଳମ୍ବିତ ରାତିରେ ପ୍ରେମିକାକୁ ଭେଟିବାକୁ ଯାଇ ପ୍ରେମିକା ଗାଁରେ ବନ୍ଧା ହେଲା ପ୍ରେମିକ । କେବଳ ପ୍ରେମିକ ନୁହେଁ, ତା ସାଙ୍ଗରେ ଯାଇଥିବା ୩ ସାଙ୍ଗ ମଧ୍ୟ ଗାଁ ଦାଣ୍ଡରେ ବନ୍ଧା ହେଲେ । ମାତ୍ର ପରେ ପ୍ରକୃତ ଘଟଣା ଜଣାପଡ଼ିବା ପରେ ବିଚରା ପ୍ରେମିକ ଓ ତା ବନ୍ଧୁମାନେ ଛାଡ଼ ପାଇଲେ । କିନ୍ତୁ ସେତେବେଳକୁ ପୁଲିସ ଗାଁରେ ପହଞ୍ଚି ଯାଇଥିଲା । ତେଣୁ ଚାରି ବନ୍ଧୁ ବି କିଛି ସମୟ ପାଇଁ ଥାନାରେ ଗୋଡ଼ ଭାଙ୍ଗି ଅପେକ୍ଷା କରିଥିଲେ । ଘଟଣାଟି ଭାକରସାହି ପଞ୍ଚାୟତରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାଟି ଥିଲା ଏମିତି । ନହରକଣ୍ଟା ଅଞ୍ଚଳର ପ୍ରେମିକ ଜଣକ ବାଲିପାଟଣା ବ୍ଲକ ଭାକରସାହି ପଞ୍ଚାୟତର ଏକ ଗାଁରେ ଜଣେ ଯୁବତୀଙ୍କୁ ପ୍ରେମ କରୁଛି । ପ୍ରେମିକାକୁ ଭେଟିବା ପାଇଁ ବିଳମ୍ବିତ ରାତିରେ ସେ ସାଙ୍ଗରେ ୩ ଜଣ ବନ୍ଧୁଙ୍କୁ ଧରି ସେହି ଗାଁକୁ ଯାଇଥିଲା । ତିନି ସାଙ୍ଗ ବାହାରେ ଅପେକ୍ଷା କଲା ବେଳେ ପ୍ରେମିକାଙ୍କ ବାଡ଼ି ତାଟି ଖୋଲି ଘରକୁ ଯିବାକୁ ବାହାରିଲା ପ୍ରେମିକ । କିନ୍ତୁ ତାଟି ଶବ୍ଦ ଶୁଣି ପଡେ଼ାଶୀ ଘର ଲୋକେ ଉଠି ପଡ଼ି ଚୋର ଚୋର ବୋଲି ପାଟି କଲେ । ଉକ୍ତ ଅଞ୍ଚଳର ଛେଳିମେଣ୍ଢା ଚୋର ମାତିଥିବାରୁ ଗାଁ ଲୋକେ ଉଠି ପଡ଼ିଲେ । ତେଣୁ ଭୟରେ ଚାରି ଜଣଯାକ ଗାଁରୁ ପଳାଇ ଆସି ଏକ ଅନ୍ଧାରିଆ ସ୍ଥାନରେ ଛପିଗଲେ । ଗାଁ ଲୋକେ ଚୋରମାନଙ୍କୁ ନ ପାଇ ନିଜ ନିଜ ଘରକୁ ଫେରି ଯାଇଥିଲେ । ତେବେ ୫/୬ ଜଣ ଯୁବକ ଚୋର କେଉଁଠି ଛପି ରହିଥିବା ସନେ୍ଦହ କରି ସେମାନଙ୍କୁ ଧରିବା ପାଇଁ ଛକି ବସିଥିଲେ । କିନ୍ତୁ ସେମାନଙ୍କ ଯୋଜନା ଜାଣି ନ ପାରି ପ୍ରେମିକ ଓ ତାର ସାଙ୍ଗମାନେ ଛପିଥିବା ସ୍ଥାନରୁ ବାହାରି ପୁଣି ପ୍ରେମିକାର ବାଡ଼ି ପାଖକୁ ଗଲେ । ତେବେ ସେମାନେ ବାଡ଼ି ତାଟି ଖୋଲିବା ପୂର୍ବରୁ ଛକି ବସିଥିବା ଗାଁ ଯୁବକମାନେ ସେମାନଙ୍କୁ ଘେରି ଯାଇଥିଲେ ଓ ଧରୁ ଧରୁ ବିଧାଗୋଇଠା ବର୍ଷଣ କଲେ । ପାଟି ଶୁଣି ଗାଁ ଲୋକେ ସେଠାକୁ ଧାଇଁ ଆସି ସେମାନଙ୍କୁ ଚୋର ବୋଲି ଗାଁ ଦାଣ୍ଡରେ ବାନ୍ଧି ପକାଇଲେ । ଖବର ପାଇ ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା

hiranchal ad1
Leave A Reply

Your email address will not be published.

thirteen + 18 =