ଫାର୍ମ ହାଉସରୁ ମିଳିଲା ଛାତ୍ରୀଙ୍କ ମୃତଦେହ

0 461

ଭୁବନେଶ୍ୱର: ଫାର୍ମ ହାଉସରେ ପୋଖରୀ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନନ୍ଦନକାନନ ଥାନା ଅଂଚଳର ଏକ ଫାର୍ମ ହାଉସ ପୋଖରୀରୁ ମିଳିଛି । ଛାତ୍ରୀଙ୍କ ଘର ନୟାଗଡ ହୋଇଥିବା ବେଳେ ସେ ଜଣେ ପ୍ରଫେସରଙ୍କ ଝିଅ ବୋଲି ସୂଚନା ମିଳିଛି । ଗଣମାଧ୍ୟମ ସାମ୍ନାରେ ଛାତ୍ରୀଙ୍କ ବାପା ଏହି ସୂଚନା ଦେଇଛନ୍ତି । ‘ସିସିଟଭିରୁ ଜଣାପଡୁଛି ରାତି ୨ଟାରେ ସେ ଫାର୍ମ ହାଉସକୁ ପଶିଛି । ତେବେ ଏତେ ଅନ୍ଧାର ରାତିରେ ଉଚ୍ଚ ପାଚେରୀ ଡେଇଁ ପଶିଲା କେମିତି । ସେ ଆତ୍ମ ହତ୍ୟା କରିଥବ ବୋଲି ମୁଁ ଭାବିପାରୁନାହିଁ । ମନକୁ ମନ ସେ ଫାର୍ମ ହାଉସକୁ ଆସିଥିବ ବୋଲି ଭାବିପାରୁନି । କୌଣସି ଲୋକ ହୁଏତ ତାକୁ ପ୍ରଲୋଭିତ କରି ଆଣିଥାଇପାରେ । ଜେଇଇ ପରୀକ୍ଷାରେ ତାର ଟିକେ ଖରାପ ହୋଇଥିଲା । ସେ ଭଲ ମେଧାବୀ ଥିଲା ଓ ଭଲ ଆର୍ଟ କରୁଥିଲା । ପାଠପଢା ନେଇ ଘର ତରଫରୁ ତା ଉପରେ କିଛି ଚାପ ନଥିଲା ବୋଲି କହିଛନ୍ତି ମୃତ ଛାତ୍ରୀଙ୍କ ବାପା ।

hiranchal ad1
Leave A Reply

Your email address will not be published.

five + nineteen =