ଆଜିଠୁ ଯୁକ୍ତ ୩ ଆଡମିଶନ ପ୍ରକ୍ରିୟା ଆରମ୍ଭ

0 41


ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୩ ଆଡମିଶନ ପାଇଁ ନାମଲେଖା ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ www.samsodisha.gov.in ରେ ସିଏଏଫ୍ ଫର୍ମ ପୂରଣ କରିବେ । ସେପ୍ଟେମ୍ବର ୪ ତାରିଖ ଯାଏଁ କରିହେବ ଆବେଦନ। ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୧୪ ତାରିଖ ଯାଏଁ ନାମଲେଖା ପ୍ରକ୍ରିୟା ଚାଲିବ। ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲରେ ନାମଲେଖା ଫି ଦାଖଲ କରିବେ । ସେପ୍ଟେମ୍ବର ୨୧ରେ ବାହାରିବ ସେକେଣ୍ଡ ମେରିଟ ଲିଷ୍ଟ । ୨୪ ତାରିଖ ଯାଏଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ।
ଏହା ପରେ ଯେଉଁ କଲେଜ ମାନଙ୍କରେ ସିଟ୍ ଖାଲିପଡିବ ସେଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ । ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଇ-ଆଡମିସନ୍ ହେଲପଲାଇନ୍ ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ ଜାରି କରାଯାଇଛି । ଚଳିତ ଶିକ୍ଷା ବର୍ଷରୁ ଅଟୋ ସ୍ଲାଇଡ ଅପ୍ ନିୟମକୁ ଉଚ୍ଛେଦ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ କରିବା ପାଇଁ ନିୟମାବଳୀ ଜାରି କରାଯାଇଛି । ରାଜ୍ୟରେ ଥିବା ୧୦୦୮ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ହେବ ନାମଲେଖା ।

hiranchal ad1
Leave A Reply

Your email address will not be published.

18 − four =