ନେତାଜୀ ସୁବାଷ ଚନ୍ଦ୍ର ବୋଷ ୟଥ କ୍ଳବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 124

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମପଞ୍ଚାୟତର ତେଜମାହା ମା ବରାଳଦେବୀ ଖେଳ ପଡ଼ିଆ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ୟଥ କ୍ଳବ ଦ୍ୱାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଫାଇନାଲ୍‌ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ କନ୍ଧମାଳ ମିଡିଆ ଫୋରମର ସଭାପତି ତଥା ସାମ୍ବାଦିକ ସୁନୀଲ କୁମାର ବିଶ୍ୱାଳ ଯୋଗ ଦେଇଥିଲେ ।

hiring

ଅନ୍ୟତମ ଅତିଥି ଭାବେ କନ୍ଧ ଗୌଡ଼ ସମାଜ ସେବା ସମିତିର ସଭାପତି ପ୍ରେମାନନ୍ଦ ମାଝୀ, ସାମ୍ବାଦିକ ସଞ୍ଜୟ ପାତ୍ର ଏବଂ ବନ୍ଧଗଡ଼ର ପୂର୍ବତନ ସରପଞ୍ଚଅନିଲ କଁହର ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଦଳ ଭାଗ ନେଇଥିଲେ । ୮ଦିନ ଧରି ଚାଲିଥିବା ମ୍ୟାଚର ଆଜି ଅନ୍ତିମ ମ୍ୟାଚରେ ତେଜମାହା ଏବଂ ମଗା ମୁଣ୍ଡା ମଧ୍ୟରେ ହୋଇଥିଲା । ମଗାମୁଣ୍ଡା ତେଜମାହାକୁ ୩-୦ ରେ ହରାଇ ବିଜୟୀ ହୋଇଥିଲା ।ବିଜୟୀ ଦଳକୁ ଟ୍ରଫି ସହ ୭୦୦୦/- ଟଙ୍କା ଦିଆ ଯାଇଥିବା ବେଳେ ରନର୍ସକୁ ଟ୍ରଫି ସହ ୫୦୦୦/- ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି । ମ୍ୟାଚକୁ ଜୁନେସ ଦିଗାଲ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

18 + eight =