ଟିମ ଚୟନରେ କୋଚ ଓ ଅଧିନାୟକଙ୍କୁ ଉପଯୁକ୍ତ ଗୁରୁତ୍ୱ ଦିଆଯିବା ଉଚିତ : ଶାସ୍ତ୍ରୀ

0 52

ମୁମ୍ବାଇ : ସେଞ୍ଚୁରିଆନରେ ଦକ୍ଷିତ ଆଫ୍ରିକା ବିପକ୍ଷରେ ଭାରତର ଐତିହାସିକ ବିଜୟ ହାସଲକୁ ନେଇ ଖୁସିର ମାହୋଲ ରହିଥିବାବେଳେ ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଦଳ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ତେଣୁ ଏହି ପ୍ରକ୍ରିୟାରେ କୋଚ ଓ ଅଧିନାୟକଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ । ଚୟନ କମିଟି ବୈଠକରେ ଅଧିନାୟକ ଉପସ୍ଥିତ ରହି ତାଙ୍କ ମତାମତ ଦିଅନ୍ତି । କିନ୍ତୁ ନିଷ୍ପତ୍ତି ନିର୍ଦ୍ଧାରଣ କ୍ଷମତା ୫ ଜଣିଆ ଚୟନ କମିଟି ହାତରେ ରହିଥାଏ । ସେହି ବୈଠକରେ ଅଧିନାୟକଙ୍କର ସ୍ଥାନ ନଥାଏ । ଏହା ଆଦୌ ଠିକ ନୁହେଁ । ଦଳ ଚୟନରେ କୋଚ ଓ ଅଧିନାୟକଙ୍କର କ୍ଷମତା ଓ ଗୁରୁତ୍ୱ ରହିବା ଆବଶ୍ୟକ । ଏହା ଅତି ଗୁରୁତ୍ୱପୂର୍ଣ୍ଣ । ବିଶେଷକରି,ଅଧିନାୟକ ଯଦି ଦ୍ରାବିଡ଼ ଓ ମୋ ଭଳି ପ୍ରଚୁର ଅଭିଜ୍ଞତା ସଂପନ୍ନ ହୋଇଥିବେ,ସେ କ୍ଷେତ୍ରରେ କୋଚଙ୍କୁ ଔପଚାରିକ ଅଧିକାର ଦିଆଯିବା ଉଚିତ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟ କୋଚ ଚୟନ କମିଟିର ଏକ ଅଂଶ । ସେ ନିଜେ ଜଣେ ପୂର୍ବତନ ଅଲରାଉଣ୍ଡର ଓ ପୂର୍ବତନ ମୁମ୍ବାଇ କ୍ୟାପଟେନ । ଜଣେ ସ୍କିପର ଚୟନକର୍ତ୍ତାମାନଙ୍କ ମନର ସ୍ଥିତି ଜାଣିବା ପାଇଁ ସୁଯୋଗ ପାଇବା ଉଚିତ । ଫୋନରେ କଥାବର୍ତ୍ତା ଅପେକ୍ଷା ସାମ୍ନାସାମ୍ନି ବସି କୋଚଙ୍କ ସହ ଆଲୋଚନା କରାଯିବା ଉଚିତ । ଚୟନ କମିଟିରେ କୋଚଙ୍କର ବିଶେଷ କ୍ଷମତା ଆବଶ୍ୟକ । ଅଧିନାୟକଙ୍କୁ ମଧ୍ୟ ସେହିଭଳି ସୁଯୋଗ ମିଳିବା ଦରକାର । ଯାହା ଫଳରେ ଦଳ ଚୟନ ସଂପୂର୍ଣ୍ଣ ଓ ଉପଯୁକ୍ତ ହୋଇପାରିବ ।

hiranchal ad1
Leave A Reply

Your email address will not be published.

fourteen − thirteen =