ଯୁକ୍ତ ୩ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0 232

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଟିକାବାଲି ଏମ ସି ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ବସନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦ୍ୱୀପ ପ୍ରଜ୍ୱଳନ କରି ଅଧ୍ୟକ୍ଷ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଅଧ୍ୟାପକ ଅଧ୍ୟାପିକା ନୂତନ ଭାବରେ ଯୋଗ ଦେଇଥିବା ଚମ୍ପା ସୋରେନ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଫୁଲଦେଇ ସ୍ୱାଗତ କରିଥିଲେ । ପରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ରାଜେଶ କୁମାର ମଲ୍ଲିକ, ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ସାଧନା ଓ ସଂକଲ୍ପ ରହିଲେ ସଫଳତା ନିଶ୍ଚୟ ଆସିବ ବିଭାଗର ମାନ ବୃଦ୍ଧି କରିବାକୁ ହେଲେ ପ୍ରତ୍ୟେକ ପିଲାର ସଂସ୍କାର ଓ ସଂସ୍କୃତି ପ୍ରତି ଆଗ୍ରହ ରହିବା ନିହାତି ଆବଶ୍ୟକ ।

hiring

ଏଥିସହିତ ବିଭାଗର ଆଦର୍ଶ ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ । ଶେଷ ବର୍ଷର ଛାତ୍ର ସୁରଜ ପଟ୍ଟନାୟକ ସାନ ଭାଇଭଉଣୀ ମାନେ ସମାୟାନୁବର୍ତ୍ତିତା ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମ ବର୍ଷର ଛାତ୍ରୀ ଲୁପିତା, ସୁଭଲକ୍ଷ୍ମୀ, ମୋନାଲିସା ଦେହୁରୀ ମହାବିଦ୍ୟାଳୟର ସୁନାମକୁ ଅକ୍ଷୁର୍ଣ୍ଣ ରଖିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଧ୍ୟାପିକା ଚମ୍ପା ସୋରେନ କନ୍ଧମାଳର ପରିବେଶ ଖୁବ ଭଲ ଏହି କଲେଜର ଛାତ୍ରଛାତ୍ରୀ ବହୁତ ସରଳ ଉତ୍ତମ ଶିକ୍ଷା ଉତ୍ତମ ମଣିଷ ସୃଷ୍ଟି କରେ । ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ନିବେଦିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen + 16 =