ଆସନ୍ତାକାଲିଠାରୁ ତିନିଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

0 61

ପୁରୀ : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନେଇ ଶ୍ରୀମନ୍ଦିରଭକ୍ତଙ୍କ ର ଅତ୍ୟଧିକ ଭିଡ଼ ସମ୍ଭାବନା ରହିଛି । ଅତ୍ୟଧିକ ଭିଡ଼ ହେଲେ କୋଭିଡ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ କୋଭିଡ କଟକଣା ଦୃଷ୍ଟିରୁ ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ତାରିଖରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ରଖାଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ଦେବାଦେବୀ ମନ୍ଦିର ମଧ୍ୟ ଶ୍ରୀମନ୍ଦିର ଭଳି ଲୋକଙ୍କ ଗହଳି ନ ହେବା ପାଇଁ କଟକଣା ଲାଗୁ ପାଇଁ ତହସିଲଦାରଙ୍କୁ କୁହାଯାଇଛି । ଅନ୍ୟପଟେ ସି ବିଚରେ ଯେଭଳି ପର୍ଯ୍ୟଟକଙ୍କ ଭିଡ଼ ନ ହୁଏ ସେ ନେଇ ସ୍ୱତନ୍ତ୍ର ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

one × 2 =