ଖୁବଶୀଘ୍ର ନୂଆ ଅଲିମ୍ପିକ୍ସ ତାରିଖ ଘୋଷଣା

0 96

ଟୋକିଓ :କରୋନା ଭାଇରସ୍ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଟୋକିଓ ଅଲିମ୍ପିକ୍ସ ୨୦୨୦କୁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ଏହାକୁ ଏକ ଭିନ୍ନ ତାରିଖରେ ଅନୁଷ୍ଠିତ କରାଇବା ଲାଗି ଉଦ୍ୟମ ଜାରି ରହିଛି । ଅଲିମ୍ପିକ୍ସ ପାଇଁ ଖୁବଶୀଧ୍ର ନୂଆ ତାଲିକା ଘୋଷଣା କରାଯିବ । ଚଳିତ ସପ୍ତାହର ଶେଷ ଆଡକୁ ଏହି ତାରିଖ ଘୋଷଣା ହୋଇପାରେ ବୋଲି ଆୟୋଜକମାନେ ସୋମବାର ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଆଥଲେଟମାନଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ଅଲିମ୍ପିକ୍ସକୁ ବର୍ତ୍ତମାନ ପାଇଁ ଗୋଟିଏ ବର୍ଷ ସ୍ଥଗିତ ରଖାଯାଇଛି । କିନ୍ତୁ ଏହି ଗୋଟିଏ ବର୍ଷ ମଧ୍ୟରେ ଯେକୌଣସି ସମୟରେ ଉକ୍ତ ମେଗାଇଭେଣ୍ଟ ଆୟୋଜିତ ହୋଇପାରେ । ଟୋକିଓ ଅଲିମ୍ପିକ୍ସ ୨୦୨୦ର ମୁଖ୍ୟ ୱାଇ ମୋରି ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେମାନେ ଏହି ଇଭେଣ୍ଟର ଆୟୋଜନ ନେଇ ଆଗପଛ ସବୁ ଦିଗକୁ ବିଚାର କରୁଛନ୍ତି । ଆଶା କରାଯାଉଛି ଯେ, ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ଖୁବଶୀଘ୍ର ଏକ ଚୂଡାନ୍ତ ନିଷ୍ପତ୍ତି ନେବ । କାରଣ କେବଳ ଗୋଟିଏ ଦୁଇଟି ଦେଶ ନୁହେଁ, ସାରା ବିଶ୍ୱର ନଜର ଅଲିମ୍ପିକ୍ସ ଉପରେ । ମୁଁ ଭାବୁଛି ଆଇଓସି ସଭାପତି ଥୋମାସ୍ ବ୍ୟାଚଙ୍କଠାରୁ ଚଳିତ ସପ୍ତାହର ଯେକୌଣସି ଦିନ ଚିଠି ଆସିପାରେ । ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୪ରୁ ଅଲିମ୍ପିକ୍ସ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ଏହି କ୍ରୀଡା ୧୬ଦିନ ଚାଲିବ । କିନ୍ତୁ ମହାମାରୀ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖିବା ପାଇଁ ଆଇଓସି ବାଧ୍ୟ ହେଲା ବୋଲି ସେ କହିଚନ୍ତି ।

hiranchal ad1
Leave A Reply

Your email address will not be published.

nine + 11 =