ବଢିଲା ଚର୍ଚ୍ଚା, ଆଇପିଏଲରେ ଏହି ଦଳର ଅଧିନାୟକ ହେବେ ପାଣ୍ଡ୍ୟା

0 67

ନୂଆଦିଲ୍ଲୀ; ଆଇପିଏଲ ୨୦୨୬ ସିଜନ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଇପିଏଲ ୨୦୨୪ରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଥିଲା। ସେତେବେଳେ ତାଙ୍କୁ ୫ ଥର ଦଳକୁ ଚାମ୍ପିୟନ କରାଇଥିବା ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ହାର୍ଦ୍ଦିକଙ୍କ ନେତୃତ୍ୱରେ ଏମଆଇର ପ୍ରଦର୍ଶନ ନିରାଶାଜନକ ରହିଥିଲା। ଏଭଳି ସ୍ଥିତିରେ ଏବେ ତାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରକାରର ଅଟକଳ ଲଗାଯାଉଛି।

hiring

ପୂର୍ବରୁ ଦାବି କରାଯାଉଥିଲା ଯେ, ହାର୍ଦ୍ଦିକ ଏମଆଇ ଛାଡ଼ି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ରେ ସାମିଲ ହୋଇପାରନ୍ତି। କିନ୍ତୁ ଏବେ ସାମ୍ନାକୁ ଆସିଥିବା ଏକ ନୂଆ ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ଆଇପିଏଲ ୨୦୨୭ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ରେ ସାମିଲ ହୋଇପାରନ୍ତି। କେବଳ ସେତିକି ନୁହେଁ, ତାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ଦିଆଯାଇପାରେ।

hiranchal ad1
Leave A Reply

Your email address will not be published.

14 − 13 =