ସୁସ୍ଥ ହେଉଛନ୍ତି ଋଷଭ ପନ୍ତ

0 35

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ ବ୍ୟାଟସ୍‌ମ୍ୟାନ୍ ଋଷଭ ପନ୍ତ। ବଡ ଧରଣର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ଏବେ ସ୍ଥାନାନ୍ତର କରାଯାଇଛି।

hiring

ଡିସେମ୍ବର ୩୦ ତାରିଖ ଦିନ ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥରେ ତାଙ୍କ କାର୍ ଭୟଙ୍କର ଭାବେ ଦୁର୍ଘଟଣା ହୋଇଥିଲା। ଏଥିରେ ୨୫ ବର୍ଷୀୟ ଋଷଭ ପନ୍ଥ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଋଷଭ ସୁସ୍ଥ ଥିବା ନେଇ ଡେଲି ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ ତଥା ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

17 + 4 =