କାଉନସିଲର ଉପ ନିର୍ବାଚନ, ମଇଦାନରେ ୪ ପ୍ରାର୍ଥୀ

0 33

ଘୁ.ଉଦୟଗିରି :- ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୬ନମ୍ବର ୱାର୍ଡ଼ କାଉନସିଲର ଆସନ ନିମନ୍ତେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ଶେଷଦିନ ଥିବା ବେଳେ କୌଣସି ଜଣେ ହେଲେ ମଧ୍ୟ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନିଥିବା ଜଣାପଡିଛି । ନିର୍ବାଚନ ଅଧିକାରୀ ତଥା ତହସିଲଦାର ଶୁଭ୍ରାଂଜଳୀ ପ୍ରଧାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ୧୯୮ ଭୋଟର୍‌ ଥିବା ଏହି ୱାର୍ଡ଼ କାଉନସିଲର ଆସନ ନିମନ୍ତେ ଉପନିର୍ବାଚନରେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଚୂଡ଼ାନ୍ତ ତାଲିକା ଅନୁସାରେ ପ୍ରାର୍ଥୀ ମାନେ ହେଲେ କୁଞ୍ଜବିହାରୀ ନାୟକ (କଂଗ୍ରେସ), ରାଖେଲ ନାୟକ (ସ୍ୱାଧୀନ), ଶ୍ରୀମତୀ ସିଦ୍ଧେଶ୍ୱରୀ ନାୟକ (ବିଜେଡି), ଶ୍ରୀମତୀ ସୁଜାତା ନାୟକ (ବିଜେପି) । ରାଜ୍ୟ ନିର୍ବାଚନ କମିଶନଙ୍କ ଆସନ୍ତା ୧୨ ତାରିଖରେ ଉପନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ତାରିଖ ଘୋଷଣା ହୋଇଥିବା ବେଳେ ୧୩ ତାରିଖ ଫଳାଫଳ ଘୋଷଣା କରାଯିବ । ସେପଟେ ଆଶାୟୀ ପ୍ରାର୍ଥୀମାନେ ନିଜର ବିଜୟକୁ ନେଇ ସୁନିଶ୍ଚିତ ଥିବା କହିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − 13 =