ଦୁର୍ଘଟଣା ପରେ ଦୁର୍ଘଟଣା ; ବାଇକ ଆରୋହୀ ମୃତ, ୨ ଗୁରୁତର

0 34

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନରେ ଥିବା ଲେଙ୍ଗୁମାହା ନିକଟରେ ଗତକାଲି ସଂଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଚନୁପ ପ୍ରଧାନ (୨୩)ଓ ବାଙ୍ଗୁରୁ ନାୟକ (୨୪) ଲେଙ୍ଗୁମାହା ଠାରୁ ରାଇକିଆ ଅଭିମୁଖେ ଆସୁଥିଲେ, ଠିକ୍‌ ସେହି ସମୟରେ କାଣ୍ଡାବାଡ଼ା ନିକଟରେ ବାଇକ୍‌ ସମ୍ମୁଖକୁ ହଠାତ୍‌ ଏକ କୁକୁର ଆସିବା ଦ୍ୱାରା ଭାରସାମ୍ୟ ହରେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଚନୁପ ପ୍ରଧାନଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ବାଙ୍ଗୁରୁ ନାୟକଙ୍କର ଗୋଡ ଭାଙ୍ଗିଯାଇଥିଲା ।ଘଟଣାକୁ ଦେଖି କାଣ୍ଡାବାଡାର ଜଣେ ଯୁବକ ନିଜ ବାଇକ୍‌ ଦ୍ୱାରା ଆହତ ହୋଇଥିବା ଦୁଇଜଣଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣୁଥିଲେ । ସେହି ସମୟରେ ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ପୁଣି ସେହି ବାଇକ୍‌ ଟମର ବାଡ଼ି ଗ୍ରାମର ଜଣେ ଲୋକ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଫଳରେ ଦୁର୍ଘଟଣା ହୋଇଥିବା ଚନୁପ୍‌ ପ୍ରଧାନ ଓ ବାଙ୍ଗୁରୁ ନାୟକ ପୁଣି ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଦୁଇ ଦୁଇ ଥର ଦୁର୍ଘଟଣା ହେବା ଫଳରେ ଚନୁପ ପ୍ରଧାନ ଗୁରୁତର ହେଇଥିଲେ । କୌଣସି ପ୍ରକାରେ ଖବର ପାଇ ଘଟଣା ସ୍ଥଳକୁ ରାଇକିଆ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ । ସେଠାରେ ଡାକ୍ତର ଚନୁପ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ଜଣେ ବ୍ୟକ୍ତି ବାଙ୍ଗୁରୁ ନାୟକଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଖବର ପାଇ ଦୁର୍ଘଟଣା ସ୍ଥଳକୁ ରାଇକିଆ ପୋଲିସ ପହଞ୍ଚି ଏଏସଆଇ ଅଶୋକ ତ୍ରିପାଠୀ ଥାନା କେସ ନମ୍ୱର୍‌ ୦୧/୨୩ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଟମେରବାଡି ଲୋକ ସହିତ ଦୁର୍ଘଟଣା ଘଟିବା ପରେ ପୁଣି ଏକ ମାମଲା ୨/୨୩ ରେ ମାମଲା ରୁଜୁ ହୋଇଥିବା ଏଏସଆଇ ଆଶୋକ ତ୍ରିପାଠୀ ପ୍ରକାଶ କରିବା ସହିତ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି । ସେପଟେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଚନୁପ ପ୍ରଧାନଙ୍କ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଅନ୍ୟ ମାନଙ୍କୁ ଫୁଲବାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକ ଚିକିତ୍ସିତ ନିମନ୍ତେ ପଠାଯାଇଥିବା ସୂଚନା ରହିଛି । ତେବେ ମୃତ୍ୟୁ ଯେପରି ଗୋଡେଇ ଗୋଡେଇ ପିଛା ଛାଡ଼ିଲା ନାହିଁ । କାଣ୍ଡାବାଡା ନିକଟରେ ଗୁରୁତର ହୋଇ ମେଡ଼ିକାଲ ଆସୁଥିବା ବେଳେ ପୁଣି ଅନ୍ୟ ଏକ ବାଇକ୍‌ ଦ୍ୱାରା ଦୁର୍ଘଟଣା ହେବା ଆଶ୍ଚର୍ଯ୍ୟ ବିଷୟ ବୋଲି ଆଲୋଚନା ହେଉଛି । ଯେପରି ଦୁର୍ଘଟଣା ପିଛା କରି କରି ସେହି ଦୁର୍ଘଟଣାରୁ ହିଁ ଜଣକ ଜୀବନ ଚାଲିଗଲା । ଭାଗ୍ୟର ବିଡ଼ମ୍ବନା ନୂତନ ବର୍ଷରେ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଦୁଃଖଦ ଶୋକାକୁଳ ପରିବେଶ ହୋଇଥିବା ସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

five × 1 =