ଦ.ଆଫ୍ରିକା ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା, ମୁକେଶ କୁମାର ଓ ରଜତ ପାଟିଦରଙ୍କୁ ସୁଯୋଗ

0 38

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଟି-୨୦ ବିଶ୍ଵ କପ୍ ପୂର୍ବରୁ ଖେଳାଯିବାକୁ ଥିବା ଏହି ସିରିଜ୍‌ ପାଇଁ ଶିଖର ଧାଓ୍ଵନଙ୍କୁ ଅଧିନାୟକ କରାଯାଇଛି। ବରିଷ୍ଠ ଖେଳାଳିଙ୍କୁ ଉକ୍ତ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି। ଅକ୍ଟୋବର ୬ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଭାରତ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଦଳରେ ରଜତ ପାଟିଦାର ଏବଂ ମୁକେଶ କୁମାରଙ୍କ ଭାବେ ନୂତନ ଚେହେରାଙ୍କୁ ସାମିଲ୍ କରାଯାଇଛି।

ଦିନିକିଆ ସିରିଜ୍‌ ପାଇଁ ମଧ୍ୟ ପ୍ରଦେଶ ବ୍ୟାଟସମ୍ୟାନ ରଜତ ପାଟିଦାର ଏବଂ ପଶ୍ଚିମବଙ୍ଗର ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସାମିଲ୍ କରାଯାଇଛି। ମହମ୍ମଦ ଶାମିଙ୍କ ବ୍ୟତୀତ ଟି-୨୦ ବିଶ୍ଵ କପ୍‌ ପାଇଁ ଭାରତର ସମସ୍ତ ରିଜର୍ଭ ଖେଳାଳି ଦୀପକ ଚହର, ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଦିନିକିଆ ଶୃଙ୍ଖଳା ପାଇଁ ଚୟନ କରାଯାଇଛି।

hiring

ଭାରତୀୟ ଦଳ

ଶିଖର ଧାଓ୍ଵନ(ଅଧିନାୟକ), ଶ୍ରେୟସ ଆୟର(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍, ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଷନ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମୁକେଶ କୁମାର, ଅଭେଶ ଖାନ, ମହମ୍ମଦ ସିରାଜ ଏବଂ ଦୀପକ ଚହର।

hiranchal ad1
Leave A Reply

Your email address will not be published.

thirteen − 9 =