ଖପ୍ରାଖୋଲରେ ପୋଲିସ ତରଫରୁ ମେଗା ରକ୍ତଦାନ ଶିବିର

0 178

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପରିସରରେ ପୋଲିସ ତରଫରୁ ମେଗା ରକ୍ତଦାନ ଶିବିର ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଯାଇଛି । ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର, ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ରକ୍ତଦାନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ୧୧୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପାଟଣାଗଡ ବ୍ଲଡ଼ ବ୍ୟାଙ୍କର ବୁଲା ସାମଲଙ୍କ ସମେତ ଖପ୍ରାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାନ ଶିବିରର ନେତୃତ୍ୱ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ନେଇଥିବା ବେଳେ ଲାଠୋର ଥାନା ଆଇଆଇସି ଝସକେତନ୍‌ ଭୋଇ, ତୁରେକେଲା ଥାନା ଆଇଆ ସି ଧର୍ମେନ୍ଦ୍ର କୁମାର ଶାନ୍ତି, ବଲାଙ୍ଗିର ବିଙ୍ଗ ହ୍ୟୁମାନ ସଂଗଠନ ସଭାପତି ସୋମନାଥ ମିଶ୍ର, ସରପଞ୍ଚ ଦେବରାଜ ପ୍ରଧାନ, ରୀନା ଜାଲ, ଥାନା ଏସ ଆଇ ଗୋପୀନାଥ ମହାକୁଡ, ଏଏସଆଇ ସେବନ୍‌ କେରକେଟା, ନାରାୟଣ ସାହୁ, ରାମଗୋପଲ୍‌ କୁମୁରା, ସଞ୍ଜୀବ ସାହୁ ସମେତ ପୋଲିସ କର୍ମଚାରୀ, ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପୋଲିସ ତରଫରୁ ରକ୍ତଦାତାଙ୍କୁ ପ୍ରଶଂସା ପତ୍ର ଅତିଥିମାନେ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 5 =