ଲିଙ୍ଗାଗଡ ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀରେ ଗ୍ରାମସଭା

0 47

ଘୁ ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ପରିସରରେ ସରପଞ୍ଚ ଅବଲାକର ପ୍ରଧାନଙ୍କ ନେତୃତ୍ୱରେ ଗାନ୍ଧୀ ଜୟନ୍ତୀ ପାଳିତ ହେବା ସହ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଆରଏସ ପ୍ରଭାତ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅବଲାକର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନାଏବ ସରପଞ୍ଚ ଶ୍ରୀମତୀ ରଶ୍ମିତା ପ୍ରଧାନ,ବ୍ଲକ କୋଡିନେଟର ସୁଜିତ୍‌ କୁମାର୍‌ ନାୟକ,ମହିଳା ଜୀବିକା ସୁରକ୍ଷା ମଞ୍ଚର ସଦସ୍ୟା କୃତାଞ୍ଜଳୀ ନାୟକ, ବନ ସୁରକ୍ଷା କର୍ମୀ ଶ୍ରୀମତୀ ଝୁମୁରି କହଁର, ଉପସ୍ଥିତ ରହି ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧିଜୀଙ୍କ ନୀତି, ଆଦର୍ଶ ବିଷୟରେ ସଂକ୍ଷେପରେ ବାର୍ତ୍ତା ରଖିଥିବା ବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିଭିନ୍ନ ପ୍ରକାର ଭତ୍ତା, ଆବାସ ଯୋଜନା, ଆଦର୍ଶ ଗାଈ ଗୁହାଳ, ହରିଶ୍ଚନ୍ଦ୍ର ଯୋଜନା, ଜାତୀୟ ପରିବାର ମଙ୍ଗଳ ଯୋଜନା ସମେତ ଅନ୍ୟ ସରକାରଙ୍କ ଯୋଜନା ବିଷୟରେ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଜନତାଙ୍କୁ ଅବଗତ କରେଇଥିଲେ । ଉପସ୍ଥିତ ଲୋକମାନେ ମଧ୍ୟ ନିଜର ଆବଶ୍ୟକ ବିଷୟରେ ଉପସ୍ଥାପନା କରିଥିଲେ ଓ ଆଲୋଚନା ହୋଇଥିଲା । ଏହି ଗ୍ରାମସଭାରେ ସମସ୍ତ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଓ ଗାଁ ସାଥି,ଯୋଗାଣ ସହାୟକ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସିଆରପିମାନେ ଓ ଏମ୍‌ବିକେ ରଚନା ରଣା,ଏବଂ ସମସ୍ତ ୱାର୍ଡର ୱାର୍ଡ ମେମ୍ବର ଉପସ୍ଥିତ ରହି ଗାନ୍ଧିଜୀଙ୍କ ଆଦର୍ଶ ନୀତି ଆପଣେଇ ପଞ୍ଚାୟତର ଉନ୍ନତି ନିମନ୍ତେ ନିଷ୍ପତି ନେଇଥିଲେ । ଶେଷରେ ସରପଞ୍ଚ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

hiranchal ad1
Leave A Reply

Your email address will not be published.

19 + twelve =