ଧୋନୀଙ୍କୁ ନେଇ ଆସିଲା ପୁଣି ଏକ ବଡ ଖବର

0 387

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଜିତିବାର ଗୋଟିଏ ଦିନ ପରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଆଉ ଗୋଟିଏ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଧୋନି ପୁଣିଥରେ ବାପା ହେବାକୁ ଯାଉଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି ୪ ମାସର ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି। ସାକ୍ଷୀ ଗର୍ଭବତୀ ଥିବା ଖବର ଧୋନିଙ୍କ ଘନିଷ୍ଠ ବନ୍ଧୁ ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ନିଶ୍ଚିତ କରିଛନ୍ତି। ପୂର୍ବରୁ ଧୋନିଙ୍କର ଗୋଟିଏ କନ୍ୟା ସନ୍ତାନ ଜିଭା ରହିଛନ୍ତି। ଜିଭାଙ୍କ ବୟସ ୬ ବର୍ଷ। ଗତକାଲି ଚେନ୍ନାଇ ଆଇପିଏଲ ଟ୍ରଫି ଜିତିବା ପରେ ଜିଭା ଓ ସାକ୍ଷୀ ପଡ଼ିଆ ମଧ୍ୟରେ ଧୋନିଙ୍କ ସହ ମଉଜ କରିଥିଲେ। ଏପରି କି ଚେନ୍ନାଇ ବିଜୟୀରେ ସାକ୍ଷୀ ଖୁସିରେ କାନ୍ଦିବା ସହ ଡ୍ୟାନ୍ସ ମଧ୍ୟ କରିଥିଲେ। ଏବେ ସାକ୍ଷୀଙ୍କୁ ନେଇ ବଡ଼ ଖବର ଆସିଛି। ପଡ଼ିଆରେ ଧୋନିଙ୍କ ସହ ଫଟୋ ପୋଜ ଦେଉଥିବା ବେଳେ ସାକ୍ଷୀ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହି ଖବର ସୋଶାଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା। ତେବେ ଧୋନି କିମ୍ବା ସାକ୍ଷୀ ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। କିନ୍ତୁ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ହିଁ ସାକ୍ଷୀ ୪ ମାସର ଗର୍ଭବତୀ ଥିବା କହିଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

hiranchal ad1
Leave A Reply

Your email address will not be published.

2 × 5 =