ନିଜକୁ ପୂର୍ଣ୍ଣକାଳୀନ ସଭାପତି ଘୋଷଣା କଲେ ସୋନିଆ

0 43

ନୂଆଦିଲ୍ଲୀ : କଂଗ୍ରେସରେ କେହି ନିର୍ବାଚିତ ସଭାପତି ନଥିବାରୁ ଦଳ ଅସନ୍ତୁଷ୍ଟ । ଜି-୨୩ ଗୋଷ୍ଠୀକୁ ଆଜି କଣ ଜବାବ ଦେଇ ସୋନିଆ ଜାତୀୟ କଂଗ୍ରେସର ସେ ହିଁ ପୂର୍ଣ୍ଣକାଳୀନ ସଭାପତି ବୋଲି ଘୋଷଣା କରିଛନ୍ତି । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସୋନିଆ କହିଛନ୍ତି, ସେ ଦଳର ପୂର୍ଣ୍ଣ ସଭାପତି ଅଛନ୍ତି । ଯାହା ଦଳ ପାଇଁ ନିଷ୍ପତ୍ତି ନିଆଯାଉଛି ତାହା ସମ୍ମଳିତ ନିଷ୍ପତ୍ତି । ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ସେ ପ୍ରଧାନମନ୍ତ୍ରୀ ଓ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରି ସବୁ ନିଷ୍ପତ୍ତି ନେଇଥିଲେ । ତେଣୁ ୟାକୁ ନେଇ ବିବାଦ କରିବା ଅର୍ଥ ଦଳକୁ ଦୁର୍ବଳ କରିବା । ଦଳରେ ଥିବା ଅସନ୍ତୁଷ୍ଟ ନେତା ମାନେ ଗଣମାଧ୍ୟମରେ ଏକଥା ନକହି ସିଧାସଳଖ ତାଙ୍କ ସହ ଆଲୋଚନା କଲେ ଦଳ ଆଗକୁ ଅଗ୍ରସର ହୋଇପାରିବ । ସୋନିଆ କହିଛନ୍ତି ଦେଶରେ ଏବେ ବି କଂଗ୍ରେସର ଛବି ଭଲ ରହିଛି । କଂଗ୍ରେସକୁ ଲୋକେ ପସନ୍ଦ କରନ୍ତି । ତେଣୁ ଦଳର ନେତାମାନେ ଏକାଠି ହୁଅନ୍ତୁ । ବିବାଦ ଛାଡି ଦେଶର ଜନସାଧାରଣ ସେବା କରନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ଆଜିର ସିଡବ୍ଲୁସି ବୈଠକରେ ଚାଷୀ ସର୍ମ୍ପକିତ ନୀତି ଓ ବିଦେଶନୀତି ନେଇ ଆଲୋଚନା କରିବା ସହିତ ଏଥିରେ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି । ଆଜିର ସିଡବ୍ଲୁସି ବୈଠକରେ ୫୨ଜଣ ସଦସ୍ୟ ଯୋଗ ଦେଇଥିବା ବେଳେ ବରିଷ୍ଠ ସଦସ୍ୟ ଦିଗବିଜୟ ସିଂ ଅନୁପସ୍ଥିତ ଥିଲେ । ମନମୋହନ ସିଂହ ଏମ୍ସରେ ଚିକିତ୍ସାଧୀନ ଥିବାରୁି ସେ ମଧ୍ୟ ବୈଠକରେ ଅନୁପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × three =