ଶାମିଙ୍କ ବିଷୟରେ ଏହି ବଡ କଥା କହିଲେ ବିରାଟ

0 61

ସେଞ୍ଚୁରିଅନ : ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବୋଲରମାନଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି । ବିଶେଷକରି ସିମରମାନଙ୍କୁ ନେଇ ସେ ବହୁତ ଖୁସି । ମହମ୍ମଦ ଶାମିଙ୍କ ଚମକ୍ରାର ବୋଲିଂ ପରେ କୋହଲି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କୋହଲି କହିଛନ୍ତି, ବିଶ୍ୱର ଶ୍ରେଷ୍ଠ ୩ ସିମରମାନଙ୍କ ମଧ୍ୟରୁ ଶାମି ଅନ୍ୟତମ । ପ୍ରଥମ ଇନିଂସରେ ଶାମି ଉପଯୋଗୀ ୫ଟି ୱିକେଟ ନେଇଥିଲେ । ଟେଷ୍ଟ ଫର୍ମାଟରେ ୨୦୦ ୱିକେଟ କ୍ଲବରେ ପ୍ରବେଶ ପୂର୍ବରୁ ସେ ଏହି ସଫଳତା ପାଇଥିଲେ ସେହିପରି,ଦ୍ୱିତୀୟ ଇନିଂସରେ ସେ ଦକ୍ଷିଣ ଆଫ୍ରିକାର ୩ଟି ମୂଲ୍ୟବାନ ୱିକେଟ ନେଇ ଆଫ୍ରିକା ଟିମକୁ ଚିନ୍ତାରେ ପକାଇ ଦେଇଥିଲେ । ତାଙ୍କର ଏହି ସମୟୋପଯୋଗୀ ବୋଲିଂ ସଫଳତା ଭାରତର ବିଜୟକୁ ସହଜ କରିଦେଇଥିଲା । କୋହଲି କହିଛନ୍ତି ଯେ ମୁଁ ଏକଥା ଭଲଭାବେ ଜାଣିଥିଲି ଯେ ବୋଲରମାନେ ନିଶ୍ଚୟ ଭଲ କରିବେ ଏବଂ ତାହା ମଧ୍ୟ ହେଲା । ଅବଶ୍ୟ ବୁମରାଙ୍କ ପାଇଁ ଟିକେ ସମସ୍ୟା ଦେଖାଦେଇଥିଲା । ପ୍ରଥମ ଇନିଂସରେ ବୁମରାଙ୍କ ପାଇଁ ଆଫ୍ରକା ଅଧିକ ୪୦ ରନ ପାଇଯାଇଥିଲେ । ତେବେ ଶାମିଙ୍କ ବୋଲିଂ ବେଶ୍‌ ଚମକ୍ରାର ଥିଲା । ତାଙ୍କ ବୋଲିଂରେ ନିରବଚ୍ଛିନ୍ନତା ରହିଥିଲା । ସେ ଏକାକୀ ୮ଟି ୱିକେଟ ନେଇଥିଲେ । ଦ୍ୱିତୀୟ ଇନିଂସରେ ସେ ୬୩ ରନ ଦେଇ ୩ଟି ୱିକେଟ ନେଇଥିଲେ । ତାଙ୍କର ଏହି ଘାତକ ବୋଲିଂ ଭାରତର ବିଜୟରେ ବେଶ୍‌ ସହାୟକ ହୋଇଥିଲା ବୋଲି କୋହଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 + 7 =