ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଗିରଫ

0 275

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ । ଶିକାରୀମାନେ ଜଙ୍ଗଲରୁ ବଜ୍ରକାପ୍ତା ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବା ଖବରପାଇ କୋଟାଗଡ଼ ବନବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଶ୍ରୀରାମପୁର ଜଙ୍ଗଲରେ ଡେରା ପକାଇଥିଲେ । ଦୀର୍ଘ ଏକ ମାସର ଆକ୍ରାନ୍ତ ପରିଶ୍ରମ ପରେ ମାଦାଗୁଡାଠାରେ ବଜ୍ରକାପ୍ତା ବିକ୍ରୀ ପାଇଁ ଡିଲ୍‌ ଚାଲିଥିବା ବେଳେ ଚଢ଼ାଉ କରିଥିଲା ବନବିଭାଗର ସ୍ୱତନ୍ତ୍ର ଟିମ୍‌ । ଚଢ଼ାଉରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଛି ବନବିଭାଗ । ସେପଟେ ବଜ୍ରକାପ୍ତା କିଣିବା ପାଇଁ ଆସିଥିବା ମାଫିଆ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି । ରାଜ୍ୟରେ ବଜ୍ରକାପ୍ତା ରାକେଟ୍‌ ସକ୍ରିୟ ଥିବା ବେଳେ ପୂର୍ବରୁ ବାଲିଗୁଡ଼ା ଉପଖଣ୍ଡର ବାଲିଗୁଡ଼ା ଅଞ୍ଚଳରୁ ଦୁଇଟି ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ କ.ନୁଆଗାଁ ବନାଞ୍ଚଳର ସିର୍ତ୍ତିଗୁଡ଼ା ଅଞ୍ଚଳରୁ ଗୋଟିଏ ବାଘ ଛାଲ ଉଦ୍ଧାର କରିଥିଲା ବନବିଭାଗ । ଅଞ୍ଚଳର ଜନସାଧାରଣ ସଚେତନ ହେଲେ ବନ୍ୟପ୍ରାଣୀ ସୁରକ୍ଷୀତ ରହିବେ ବୋଲି ଡିଏଫଓ କହିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 1 =