ଝଲସିବ ଓଡଗାଁ ବ୍ଲକ୍‌ର ବିଦ୍ୟାଳୟ

0 54

ଦଶପଲ୍ଲା : ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କମାର ସାହୁ ଓଡ଼ଗାଁ ବ୍ଲକରେ ୫ଟି ବିଦ୍ୟାଳୟ ରୁପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । କୁରୁମ ବାଙ୍କତରା, ପାଣ୍ଡେରୀପଡା, ବାଉଁଶଗାଡ଼ିଆ, ନନ୍ଦିଘୋର, ରୋହିବାଙ୍କ, କୋମଣ୍ଡ, ସୁନାମୁହଁ ଓ ଗୌଡପୁଟ ହାଇସ୍କୁଲ ଗୁଡିକର ରୂପାନ୍ତରୀକରଣ ପାଇଁ ପ୍ରତ୍ୟେକଙ୍କୁ ୬୦ ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର ହୋଇଥିବା ବେଳେ ସୁନାମୁହିଁକୁ ୧୭ ଲକ୍ଷ ଏବଂ ଗୌଡପୁଟକୁ ୮ ଲକ୍ଷ ଅତିରିକ୍ତ ଅର୍ଥ ମଞ୍ଜୁର କରାଯାଇଛି । ଉକ୍ତ କାର୍ଯ୍ୟ ଗୁଡିକୁ କୌଣସି ଠିକାଦାରଙ୍କ ଦ୍ୱାରା କରାନଯାଇ ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଡିଓ ସ୍ୱାତୀଲେଖା ସାହୁ, ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ସହିତ ଅନ୍ୟ ସମସ୍ତ ଯନ୍ତ୍ରୀ ମାନେ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 5 =