ଛତ୍ରପୁର ଠାରେ ଲୋକାର୍ପିତ ହେଲା ଆଞ୍ଚଳିକ ଆର୍ଟ ଗ୍ୟାଲେରୀ

0 57

ଗଞ୍ଜାମ :ଜ଼ିଲ୍ଲାର ଚାରୁକଳା ଓ ଚିତ୍ରକଳାର ପ୍ରସାର ନିମନ୍ତେ ଜ଼ିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ପ୍ରସ୍ତୁତ ହୋଇଥିବା ଆଞ୍ଚଳିକ ଆର୍ଟ ଗ୍ୟାଲାରୀ ର ଲୋକାର୍ପିତ ହୋଇଯାଇଛି । ଓଡ଼ିଆର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରି ନିଜ ବକ୍ତବ୍ୟରେ ଜଣାଇଛନ୍ତି ଯେ ଓଡିଶାର କଳା ଭାସ୍କଯ୍ୟ ଅନନ୍ୟ । ଏହାର ପ୍ରଚାର ଓ ପ୍ରସାର ହୋଇ ପାରିଲେ ରାଜ୍ୟର ଚିତ୍ରଶିଳ୍ପୀ ଓ କଳାକାର ଗଣଙ୍କ କଳା କୃତିର ସମ୍ମାନ ହେବା ସହିତ ସେମାନେ ଏହି ଦିଗରେ ଅନେକ ପ୍ରୋତ୍ସାହନ ହୋଇପାରିବେ ।
ଛତ୍ରପୁର ଜ଼ିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ନିର୍ମିତ ହୋଇଥିବା ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ଚାରୁକଳା ପ୍ରଦର୍ଶିତ ହୋଇପାରିବ ତତ ସହିତ ଏହାର ବିକ୍ରିବଟା ଦିଗରେ ପଥ ପରିଷ୍କାର ହେବ । ଓଡିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗଠିତ ଏହି ଆର୍ଟ ଗ୍ୟାଲେରୀରେ ଓଡ଼ିଶାର ସୁନାମ ଧନ୍ୟ କଳାକାରଙ୍କୁ ଏକ ଅପୂର୍ବ ସୁଯୋଗ ଯୋଗାଇ ଦେବ ଓ ତରୁଣ ପ୍ରତିଭା ଓ ଆଗାମୀ ପିଢିର ଯୁବ ଶିଳ୍ପୀ ଗଣ ପ୍ରୋତ୍ସାହିତ ହେବେ । ଜ଼ିଲ୍ଲା ସ୍ତରୀୟ ଲୋକାର୍ପତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଓଡିଶା ଲଳିତ କଳା ଏକାଡେମୀର ଉପ ସଭାପତି ଶ୍ରୀନିବାସ ପଢିହାରୀ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି ମଞ୍ଚସିନ ଥିବାବେଳେ ବହୁ ଚିତ୍ର କଳା ଶିଳ୍ପୀ, ଜ଼ିଲ୍ଲା ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × 5 =