ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏହି ବଡ କଥା କହିଲେ ଗଣଶିକ୍ଷା ମନ୍ତ୍ରୀ

0 239

ଭୁବନେଶ୍ୱର: ସ୍କୁଲ ଖୋଲିବାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଦ୍ୱନ୍ଦ ଦୂର କରିଛନ୍ତି । ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଆସନ୍ତା ୩ତାରିଖରୁ ହିଁ ପ୍ରଥମରୁ ପଂଚମ ଶ୍ରେଣୀ ଅଫଲାଇନ ପାଠପଢା ଚାଲିବ । ଏଥିରେ କୌଣସି ଦ୍ୱନ୍ଦ ନାହିଁ । ଏଥିପାଇଁ ନୋଡାଲ ଅଫିସରମାନେ ଜିଲ୍ଲା ଗୁଡିକ ବୁଲୁଛନ୍ତି । ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ତେବେ ବିଦ୍ୟାଳୟ ଗୁଡିକରେ ସମସ୍ତ ପ୍ରକାର କରୋନା କଟକଣାକୁ ମାନି ବିଦ୍ୟାଳୟରେ ଶିକ୍ଷାଦାନ କରାଯିବ । ଏଥିପାଇଁ ବିଦ୍ୟାଳୟ ପରିସର ଗୁଡିକୁ ସ୍ୱଚ୍ଛ କରାଯାଉଛି । ଏହା ସହିତ ଯେଉଁମାନେ ଅନଲାଇନରେ କ୍ଲାସ କରିବାକୁ ଚାହିଁବେ, ସେମାନେ  ମଧ୍ୟ ଅନଲାଇନ ମାଧ୍ୟମରେ କ୍ଲାସ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । 
ସୂଚନା ଅନୁସାରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଆସନ୍ତା ୩ ତାରିଖରୁ ଖୋଲିବା ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପରେ ବିବାଦ ସୃଷ୍ଟି ହୋଇଥିଲା । କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବାବେଳେ ଏହି କୋମଳମତି ପିଲାଙ୍କ ପାଇଁ ଅଫଲାଇନ୍ କ୍ଲାସ ଆରମ୍ଭ କରିବାକୁ କିଏ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଲା ଓ ପିଲାଙ୍କ ଜୀବନକୁ ବିପଦକୁ ଠେଲିବାର ଏଭଳି  ଚିନ୍ତାଧାରାକୁ ନେଇ ଅଭିଭାବକ ମହାସଂଘ ଓ ଶିକ୍ଷାବିତମାନେ ବିରୋଧ କରିଥିଲେ ।  ଡିଏମଇଟି ଡ. ରମାରମଣ ମହାନ୍ତି କହିଥିଲେ ଯେ, ପ୍ରଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ, ଡିଏମଇଟିଙ୍କ ଏହି ମନ୍ତବ୍ୟକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ

hiranchal ad1
Leave A Reply

Your email address will not be published.

two × two =