ଏଣିକି ଅନଲାଇନ ହେବ ପରିବହନ ବିଭାଗ

0 310

ଭୁବନେଶ୍ୱର: ଏଣିକି ଅନଲାଇନ ହେବ ପରିବହନ ବିଭାଗ । ନୂଆବର୍ଷରୁ ବଡ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ ଉଦ୍ୟମ । ଡିଏଲଠାରୁ ଆରମ୍ଭ କରି ଗାଡି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ । ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଏହି ସବୁ କାମକରେ ମିଡଲମ୍ୟାନ ବା ଦଲାଲଙ୍କ ଭୂମିକା ରହୁଥିଲା । ଏବେ ଅନେକାଂଶରେ ମିଡିଲମ୍ୟାନମାନଙ୍କ ଭୂମିକା କମିଥିଲେ ବି ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହା ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପୂର୍ବରୁ ପରିବହନ ବିଭାଗ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛି । ଅନଲାଇନରେ ଡିଏଲ ପାଇଁ ଆବେଦନ ହେଉଥିବା ବେଳେ ଲୋକଙ୍କୁ ବାରମ୍ବାର ଆରଟିଓ ଧାଇଁବାକୁ ପଡୁନଥିଲା । ଏପରିକି ପରିବହନ ବିଭାଗର ଅନେକ କାର୍ଯ୍ୟକୁ ଡିଜିଟାଲ ମୋଡକୁ ଅଣାଯାଇଥିଲା । ଯାହାଦ୍ୱାରା ଆରଟିଓରେ ଲୋକଙ୍କ ଭିଡ ପୂର୍ବଭଳି ଆଉ ହେଉନଥିଲା । କରୋନା କାଳରେ ପରିବହନ ବିଭାଗର ସମସ୍ତ କାମକୁ ଅନଲାଇନ ମୋଡକୁ ଆଣିବା ପସନ୍ଦ କରୁଛନ୍ତି ସାଧାରଣ ଲୋକେ । କେବଳ ଏତିକି ନୁହେଁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ନିୟମରେ ଅନେକ ପରିବର୍ତ୍ତନ ଆଣିଛି ପରିବହନ ବିଭାଗ । ଜରିମାନା ବୃଦ୍ଧି ସହ ବିଭିନ୍ନ ଚେକିଂକୁ କଡାକଡି କରାଯାଇଛି । ଏପରିକି ସଡକ ଦୁର୍ଘଟଣାକୁ ରୋକିବାକୁ ବିଭାଗ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି ।

hiranchal ad1
Leave A Reply

Your email address will not be published.

7 − six =