ଇତିହାସ ରଚିଲେ ଶ୍ରୀଜେଶ

0 61

ନୂଆଦିଲ୍ଲୀ : ଭାରତର ଅନୁଭବୀ ହକି ଗୋଲକିପର ପିଆର ଶ୍ରୀଜେଶ ୨୦୨୧ରେ ଦମଦାର ପ୍ରଦର୍ଶନ ପାଇଁ ସୋମବାର ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି । ଏହି ପୁରସ୍କାର ଜିତିବାରେ ସେ ଦ୍ୱିତୀୟ ଭାରତୀୟ ଖେଳାଳି । ଏହା ପୂର୍ବରୁ ୨୦୨୦ରେ ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ ୨୦୧୯ରେ ଚମତ୍କାର ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଜିତିବାରେ ପ୍ରଥମ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ । ଶ୍ରୀଜେଶ ସ୍ପେନର ସ୍ପୋର୍ଟ କ୍ଲାଇମ୍ବର ଆଲବର୍ଟ ଗିନେସ ଲୋପେଜ ଏବଂ ଇଟାଲୀର ଭୁଶୁ ଖେଳାଳି ମାଇକେଲ୍‌ ଗିୟୋଡାନୋଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି । ଶ୍ରୀଜେଶ ବୟାନରେ କହିଛନ୍ତି, ମୁଁ ଏହି ପୁରସ୍କାର ଜିତି ନିଜକୁ ବହୁତ ସମ୍ମାନିତ ଅନୁଭବ କରୁଛି । ସର୍ବପ୍ରଥମେ ଏହି ପୁରସ୍କାର ପାଇଁ ମୋତେ ନାମିତ କରିଥିବାରୁ ଏଫଆଇଏଚକୁ ଧନ୍ୟବାଦ । ଦ୍ୱିତୀୟତଃ ସମଗ୍ର ଦୁନିଆର ଭାରତୀୟ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ, ଯେଉଁମାନେ ମୋତେ ଭୋଟ୍‌ ଦେଇଛନ୍ତି । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଶ୍ରୀଜେଶ ଟୋକିଓ ଅଲିମ୍ପିକରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ ।

hiranchal ad1
Leave A Reply

Your email address will not be published.

1 × four =