ଇସ୍ତଫା ଦେଲେ ବିସିସିଆଇ ମହାପ୍ରବନ୍ଧକ ଧୀରଜ ମାଲହୋତ୍ରା

0 67

ନୂଆଦିଲ୍ଲୀ : ବିସିସିଆଇର ଖେଳ ବିକାଶ ମହାପ୍ରବନ୍ଧକ ଧୀରଜ ମାଲହୋତ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ଇସ୍ତଫା ପରେ ସେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ନେଇ ଚର୍ଚ୍ଚା ହେଉଛି । ଏ ନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜାନୁଆରୀ ପ୍ରଥମ ସପ୍ତାହରୁ ଧୀରଜ ଇସ୍ତଫା ଦେଇସାରିଛନ୍ତି । ଗତ ବର୍ଷ ଫେବୃଆରୀ ମାସରେ ସେ ପୂର୍ବତନ କ୍ରିକେଟର ତଥା ଚୟନକର୍ତ୍ତା ସବା କରୀମଙ୍କ ସ୍ଥାନରେ ମହାପ୍ରବନ୍ଧକ ନିଯୁକ୍ତ ହୋଇଥିଲେ । ଧୀରଜ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଏବେ ବିସିସିଆଇରୁ ଇସ୍ତଫା ଦେବା ପରେ ସେ ପୁଣିଥରେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜରେ ବଡ ପଦବୀ ପାଇପାରନ୍ତି । ଧୀରଜ ଆଇସିସିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ଧୀରଜ ଦିଲ୍ଲୀ କ୍ୟାପିଟାଲ୍ସର ସିଇଓ ଥିବାବେଳେ ଦଳ ୨୦୧୯ରେ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା । ୨୦୨୦ ସିଜିନ୍‌ରେ ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା ।

hiranchal ad1
Leave A Reply

Your email address will not be published.

4 + 13 =