ଏଫଆଇଏଚ ମହିଳା ହକି : ଚୀନକୁ ୧-୭ ଗୋଲରେ ହରାଇଲା ଭାରତ

0 55

ମସ୍କଟ : ଓମାନ୍‌ର ମସ୍କଟରେ ଅନୁଷ୍ଠିତ ଏଫଆଇଏଚ ମହିଳା ହକି ପ୍ରୋ ଲିଗ୍‌ ୨୦୨୧-୨୨ରେ କମାଲ କରିଛନ୍ତି ଭାରତୀୟ ମହିଳା ହକି ଦଳ । ଚୀନକୁ ୧-୭ ଗୋଲରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି ଭାରତୀୟ ଦଳ । ଆରମ୍ଭରୁ ହିଁ ଚୀନ ଟିମ୍‌ ବିପକ୍ଷରେ ଦବଦବା ଦେଖାଇଥିଲେ ଭାରତୀୟ ମହିଳା ଦଳ । ନବନୀତ କୌର ପ୍ରଥମ ଗୋଲ ସ୍କୋର କରିଥିଲେ । ପରବର୍ତ୍ତୀ ସମୟରେ ନେହା ଦ୍ୱିତୀୟ ଗୋଲ ଦେଇଥିବା ବେଳେ, ବନ୍ଧନା କତାରିୟା ତୃତୀୟ ଗୋଲ ସ୍କୋର କରିଥିଲେ । ପରବର୍ତ୍ତୀ ସମୟରେ ଚୀନ ଗୋଟିଏ ଗୋଲ କରିବାକୁ ସକ୍ଷମ ହୋଇଥିଲା । ଏହାପରେ କିନ୍ତୁ ପ୍ରଭାବ ବିସ୍ତାର କରିଥିଲେ ଭାରତୀୟ ଖେଳାଳି । ଭାରତ ପକ୍ଷରୁ ଶର୍ମିଳା ଦେବୀ ୪ର୍ଥ ଏବଂ ୫ମ ଲଗାତାର ଦୁଇଟି ଗୋଲ୍‌ ସ୍କୋର କରିଥିଲେ । ପରେ ଗୁରଜୀତ୍‌ କୌର ୬ଷ୍ଠ ଏବଂ ସୁଶୀଳା ୭ମ ଗୋଲ୍‌ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × 3 =