ଜଣକ ଦେହରେ ତିନୋଟି ଭାରିଆଣ୍ଟ

0 71

ଜେରୁଜେଲାମ: ଗୋଟିଏ କି ଦୁଇଟି ନୁହେଁ,ଜଣକ ଠାରେ କରୋନାର ୩ଟି ଭାରିଆଣ୍ଟ । ଏହା ଆଶ୍ଚର୍ଯ୍ୟ ଓ ଅବିଶ୍ୱାସ ଲାଗିୁଥିଲେ ମଧ୍ୟ ନିରାଟ ସତ୍ୟ । ଇସ୍ରାଏଲରେ ଏହା ଦେଖିବାକୁ ମିଲିଛି । ତାହା ପୁଣି ଏକ ଶିଶୁ ଠାରେ । ମାତ୍ର ୧୧ ବର୍ଷ ବୟସର ବାଳକ ଦେହରେ କରୋନାର ତିନୋଟି ଭାରିଆଣ୍ଟ ଆଲ୍ଫା, ଡେଲ୍ଟା ଓ ଓମିକ୍ରନ୍‌ ଚିହ୍ନଟ ହୋଇଛି । ଚଳିତ ବର୍ଷ ପ୍ରାରମ୍ଭରେ ସେ ୩ରୁ ୪ ଥର କ୍ୱାରେଣ୍ଟାଇନ୍‌ରେ ଥିଲା । ମଧ୍ୟ ଇସ୍ରାଏଲ ସହରର କେଫର ସବାରେ ରହୁଥିବା ହେଲଫଗାଟ ଗତ ସପ୍ତାହରେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିଲା । ତା’ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏହାପରେ ସେ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏହି ୧୧ ବର୍ଷୀୟ ବାଳକ ଜଣକ ଏବେ ଆଇସୋଲେସନରେ ଅଛି । ତା’ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ବାଳକ ଜଣକ କହିଛି ଯେ, ଡେଲ୍ଟା ଓ ଆଲ୍ଫା ତୁଳନାରେ ଓମିକ୍ରନ୍‌ର ଲକ୍ଷଣ ବେଶ୍‌ ଭିନ୍ନ । ଗତଥର କରୋନାରେ ଆକ୍ରାନ୍ତ ହେବା ବେଳେ ତାଙ୍କ ଠାରେ ଗୁରୁତର ଲକ୍ଷଣ ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ଥର ସେଭଳି କିଛି ନାହିଁ । ଆଲ୍ଫା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ବେଳେ ଭୀଷଣ ଜ୍ୱର ହୋଇଥିଲା । କିନ୍ତୁ ଓମିକ୍ରନ୍‌ ଭାରିଏଣ୍ଟରେ ସେ ଭଲ ଅନୁଭବ କରୁଥିବା କହିଛି । ତେବେ ଜଣଙ୍କ ଠାରେ ଏଭଳି କରୋନାର ତିନୋଟି ଭାରିଏଣ୍ଟ ଚିହ୍ନଟ ହେବା ଏବେ ସମସ୍ତଙ୍କୁ ଭୟଭୀତ କରିଦେଇଛି ।

hiranchal ad1
Leave A Reply

Your email address will not be published.

12 − one =