୧ ନଂ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର୍‌

0 327

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ର ବହୁ ଚର୍ଚ୍ଚିତ ଓଡ଼ଗାଁ ବ୍ଳକ ୧ନଂ କୁରାଳ, ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ୧ ନଂ ଜୋନଟି ୯ ପଂଚାୟତକୁ ନେଇ ଗଠିତ ଏହି ଜୋନରେ ବିଜେଡିରୁ ଝିଲ୍ଲୀ ପ୍ରଧାନ ଓ ବିଜେପିରୁ ଧରିତ୍ରୀ ସେଠୀ, କଂଗ୍ରେସରୁ ଜୋସ୍ନା ରାଣୀ ନାୟକ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ଓ ବିଜେପି ପାର୍ଥୀଙ୍କ ନିଜ ଘର କୁରାଳ ପଂଚାୟତରେ ହୋଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଘର ରୋହିବାଙ୍କରେ । ବିଜେପିର ଧରିତ୍ରୀ ସେଠୀ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇ ଭୋଟ ଭିକ୍ଷା କରୁଛନ୍ତି । ବିଜେଡି ସରକାରରେ ହେଉଥିବା ଦୁର୍ନୀତି ଯଥା ପକ୍କା ଘର ଥିବା ଲୋକଙ୍କୁ ପିସି ନେଇ ଆବାସ ଯୋଜନାରେ ସାମିଲ କରିବା,ଧାନକିଣାରେ ୧୫ କିଗ୍ରା କଟନୀଛଟନୀ, କାମ ନ କରି ଫଲ୍ସ ବିଲ, ଏନ୍‌ଆର୍‌ଇଜିଏସ୍‌ରେ ଘୋଟାଲା ଇତ୍ୟାଦି ଜନସାଧାରଣଙ୍କୁ ବୁଝାଇ ମନମୋହୁଛନ୍ତି ।
ଝିଲ୍ଲି ପ୍ରଧାନ ବିଜେଡି ସରକାରଙ୍କ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇଲାବେଳେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କାରଣ ଝିଲ୍ଲି କୁରାଳ ରେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ସରପଂଚ ଥାଇ ସେଭଳି କିଛି ଆଖିଦୃଶିଆ କାମ କରିନାହାନ୍ତି । ନିଜ ଦଳୀୟ ଲୋକଙ୍କୁ ବି ସନ୍ତୁଷ୍ଟ କରିପାରୁନାହାନ୍ତି । ଫଳରେ ବିଜେଡି ପ୍ରାର୍ଥୀ ଝିଲି ପ୍ରଧାନଙ୍କୁ ବହୁ ସ୍ଥାନରେ ହଟହଟା ହେବାକୁ ପଡୁଥିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

four × four =