ନୟାଗଡ଼ରେ ବାଜିମାତ୍‌ କରିବ ବିଜେଡି !

0 190

ଦଶପଲ୍ଲା :ଭାତ ହାଣ୍ଡିରୁ ଗୋଟାଏ ଦେଖିଲେ ଜଣାପଡିଯାଏ ଯେ , ଭାତ କେତେ ହୋଇଛି । ଠିକ୍‌ ସେହିପରି, ନୟାଗଡ ଜିଲ୍ଲାରେ ବିରୋଧି କେଉଁ ସ୍ଥିତିରେ ଅଛନ୍ତି, ମତଦାନ ପୂର୍ବରୁ ସ୍ପଷ୍ଟ ଅନୁମାନ ହେଲାଣି । ଜିଲ୍ଲାରେ ୨୯୮୮ ୱାର୍ଡସଭ୍ୟ ପଦବୀ ମଧ୍ୟରୁ ୧୦୭୯ ପଦବୀ ପାଇଁ ୱାର୍ଡସଭ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ଲାଭ କରିବା ବିରୋଧି ବିଜେପି ଏବଂ କଂଗ୍ରେସର ସାଂଗଠନିକ ଦୁର୍ବଳତାକୁ ସ୍ପଷ୍ଟ କରୁଛି । ଏଥିସହିତ ଜିଲ୍ଲାରେ ୪ ଜଣ ସରପଞ୍ଚ ଓ ୩ ଜଣ ସମିତି ସଭ୍ୟ ଅପ୍ରତିଦ୍ୱନ୍ଦୀ ହେବା ବିଜୁ ଜନତା ଦଳ ଉପରେ ଜନସାଧାରଣଙ୍କ ବିଶ୍ୱାସ ଓ ଆସ୍ଥାକୁ ପ୍ରତିପାଦିତ କରୁଛି । ନୟାଗଡ ଜିଲ୍ଲାରେ ୮ଟି ବ୍ଲକ, ୨୪ ଜିଲ୍ଲା ପରିଷଦ ଆସନ ରହିଛି । ୮ଟି ବ୍ଲକ ଅଧିନରେ ୧୯୪ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପଦବୀ ସହ ଜିଲ୍ଲାରେ ୨୯୮୮ ୱାର୍ଡସଭ୍ୟ ପଦବୀ ପାଇଁ ନିର୍ବାଚନ ପ୍ରକିୟା ଆରମ୍ଭ ହୋଇଥିଲା । ମାତ୍ର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଜିଲ୍ଲାରେ ଏକ ହଜାରରୁ ଉଦ୍ଧ୍ୱର୍ ୱାର୍ଡସଭ୍ୟ ଅପ୍ରତିଦ୍ୱନ୍ଦୀ ହେବା ଶାସକ ଦଳ ସପକ୍ଷରେ ନିର୍ବାଚନ ଯିବ ବୋଲି ଚର୍ଚ୍ଚା ହେଉଛି । ନୟାଗଡ ଜିଲ୍ଲା ଓଡଗାଁ ବ୍ଲକରେ ୫୭୪ ୱାର୍ଡସଭ୍ୟ ମଧ୍ୟରୁ ୨୨୦, ରଣପୁର ବ୍ଲକରେ ୫୧୭ ୱାର୍ଡସଭ୍ୟ ମଧ୍ୟରୁ ୧୫୯, ୪୩୫ ୱାର୍ଡସଭ୍ୟ ମଧ୍ୟରୁ ୧୮୫, ନୂଆଗାଁ ବ୍ଲକର ୩୪୩ ୱାର୍ଡସଭ୍ୟ ମଧ୍ୟରୁ ୨୦୩, ଦଶପଲ୍ଲା ବ୍ଲକର ୨୭୬ ୱାର୍ଡସଭ୍ୟ ମଧ୍ୟରୁ ୧୬୩, ଗଣିଆ ବ୍ଲକ ୧୧୯ ୱାର୍ଡସଭ୍ୟ ମଧ୍ୟରୁ ୬୩, ଖଣ୍ଡପଡା ବ୍ଲକର ୩୮୨ ୱାର୍ଡସଭ୍ୟ ମଧ୍ୟରୁ ୧୭, ଭାପୁର ବ୍ଲକର ୩୪୨ ୱାର୍ଡସଭ୍ୟ ମଧ୍ୟରୁ ୬୯ ଜଣ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଭାବେ ନୟାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ, ନଡିଆଳି ପଞ୍ଚାୟତ ସରପଞ୍ଚ, ବାଣ୍ଠପୁର ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗାତେରୀ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେବା ଜିଲ୍ଲାରେ ଏକ ଅନ୍ୟନ୍ୟ ରାଜନୈତିକ ପରିସ୍ଥିତି ସୃଷ୍ଟି କରିଛି । ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ୱାର୍ଡସଭ୍ୟଙ୍କ ମଧ୍ୟରୁ ୯୮ ପ୍ରତିଶତ ବିଜୁ ଜନତା ଦଳ ସମର୍ଥିତ ବୋଲି ଆଭାସ ମିଳିଛି । ସେହିଭଳି ଭାବେ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ବିଜେଡି ସମର୍ଥୀତ ବୋଲି ଜଣାଯାଇଛି । ଜିଲ୍ଲାରେ ବିରୋଧି ଦଳ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଏବଂ ଆଦର୍ଶ ପାଇଁ ବିଜେଡି ସମର୍ଥୀତ ପ୍ରାର୍ଥୀ ସହଜ ବିଜୟ ଲାଭ କରିବେ ବୋଲି ଆଲୋଚନା ହେଉଛି । ଓଡିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିଶ୍ରମ ଏବଂ ସଂଗ୍ରାମର ମୁଲ୍ୟ ନୟାଗଡବାସୀ ଚଳିତ ନିର୍ବାଚନରେ ପ୍ରତିଫଳିତ କରିବେ ବୋଲି ଆଭାସ ମିଳୁଛି । ଜିଲ୍ଲାରେ ବିରୋଧିଙ୍କୁ ମାତ ଦେବା ସହ ନୟାଗଡ ପୁଣି ଥରେ ବିଜେଡି ଗଡ ଭାବେ ଉଭା ହେବ ବୋଲି ରାଜନୈତିକ ଗୁରୁ ମାନେ ଆକଳନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

3 × 3 =