ଆସନ୍ତାକାଲି ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର, ଶ୍ରୀମନ୍ଦିର ପରିଦର୍ଶନ କଲେ ମୁଖ୍ୟ ପ୍ରଶାସକ

0 53

ପୁରୀ : ଆସନ୍ତାକାଲି ଠାରୁ ଭକ୍ତଙ୍କ ପାଇଁ ଖୋଲୁଛି ଶ୍ରୀମନ୍ଦିର । ୨୦ ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ । କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ଗତ ୧୦ ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଗତ ଛତିଶା ନିଯୋଗ ବୈଠକ ରେ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆସନ୍ତାକାଲି ମନ୍ଦିର ଖୋଲୁଥିବାରୁ ଆଜି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଶ୍ରୀମନ୍ଦିର ଯାଇ ଦର୍ଶନ ବ୍ୟବସ୍ଥା ର ତଦାରଖ କରିଥିଲେ । ଦର୍ଶନ ଓ ନୀତିକୁ ଶୃଙ୍ଖଳାର ସହ କରିବା ପାଇଁ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କୋଭିଡ କଟକଣା ମଧ୍ୟରେ ଦର୍ଶନର ସୁବିଧା କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବପରି ଭକ୍ତମାନେ ଦୁଇଟି ଡୋଜ ଟିକା କିମ୍ବା ଆର୍ଟିପିସିଆର ଟେଷ୍ଟର ସାଟିଫିକେଟ ଦେଖାଇ ମନ୍ଦିର ପ୍ରବେଶ କରିପାରିବେ । ସକାଳ ୬ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଜାରିରହିବ ଦର୍ଶନ । ଭକ୍ତଙ୍କ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ପୁରୀର ସ୍ଥାନୀୟ ବାସିନ୍ଦାମାନେ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରିପାରିବେ ।

hiranchal ad1
Leave A Reply

Your email address will not be published.

four − three =