ସ୍ପଟ ଫିକ୍ସିଂ ମାମଲାରେ ୩ ବର୍ଷ ବାସନ୍ଦ ହେଲେ ବ୍ରେଣ୍ଡନ ଟେଲର

0 43

ଦୁବାଇ: ସ୍ପଟ ଫିକ୍ସିଂ ଘଟଣା ଜିମ୍ବାୱେର ଜଣାଶୁଣଶ କ୍ରିକେଟର ବ୍ରେଣ୍ଡନ ଟେଲରଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ମାମଲାରେ ଆଇସିସି ତାଙ୍କୁ ଆଇସିସି ୩ ବର୍ଷ ପାଇଁ ବାସନ୍ଦ କରିଛି । ଫଳରେ ଆସନ୍ତା ତିନି ବର୍ଷ ସେ କୌଣସି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇପାରିବେ ନାହିଁ । କିଛି ଦିନ ପୂର୍ବରୁ ଟେଲର ଗୋଟିଏ ବିବୃତି ଜାରି କରି କହିଥିଲେ ଯେ ତାଙ୍କୁ ଭାରତର ଜଣେ ବ୍ୟବସାୟୀ ସ୍ପଟ ଫିକ୍ସଂ ପାଇଁ ଉସକାଇଥିଲେ । ହେଲେ ସେ ଏଥିରେ ରାଜି ହୋଇ ନଥିଲେ । କିନ୍ତୁ ଘଟଣା ପରେ ସେ ଏକଥା ତୁରନ୍ତ ଆଇସିସିକୁ ଅବଗତ କରାଇ ନଥିଲେ । ଏଥିସହ ଉକ୍ତ ମିଟିଂରେ ତାଙ୍କୁ କୋକେନ ଦିଆଯାଇ ବ୍ଲାକମେଲିଂ ମଧ୍ୟ କରାଯାଇଥିବା ଟେଲର କହିଥିଲେ । ଏହି ବିବୃତି ପରେ ଆଇସିସି ଟେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୁକିମାନେ ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ହେଁ ନିୟମ ଅନୁଯାୟୀ ସେ ଏକଥା ତୁରନ୍ତ ଆଇସିସିକୁ ଜଣାଇ ନଥିଲେ । ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଆଇସିସି ପକ୍ଷରୁ କୁହାଯାଇଛି ଯେ ଟେଲରଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ସାଢେ ୩ ବର୍ଷ ପାଇଁ ବ୍ୟାନ କରାଯାଉଛି । ଆଇସିସି ଦୁର୍ନୀତି ନିରୋଧ କୋଡର ସେ ୪ଟି ଚାର୍ଜର ଉଲ୍ଲଂଘନ କରିଛନ୍ତି । ସେ ନିଜର ଭୁଲକୁ ମଧ୍ୟ ସ୍ୱୀକାର କରିନେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × three =