ପବ୍‌ଜିର ଭୟାନକ ପରିଣାମ : ଗେମ୍‌ ନିଶାରେ ପୂରା ପରିବାରକୁ ମାରିଦେଲା ବାଳକ

0 107

ଲାହୋର: ପବଜି ଭଳି ଅନଲାଇନ ଗେମ୍‌ ପିଲାମାନଙ୍କୁ କିଭଳି ବିପଦରେ ପକାଉଛି,ତାହାର ଏକାଧିକ ନଜିର ରହିଛି । ଏପରି କି,ପିଲାଙ୍କ ଜୀବନ ଚାଲିଯାଉଛି ଏବଂ ଘରଲୋକେ ମଧ୍ୟ ଭୟଙ୍କର ବିପଦର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏଭଳି ଗେମ ଖେଳୁଥିବା ପିଲା ଯେ ଘର ଲୋଙ୍କୁ ହତ୍ୟା କରିଦେବ,ତାହା ଚିନ୍ତା ବାହାରେ । କିନ୍ତୁ ଏଭଳି ଏକ ରୋମଟାଙ୍କୁରା ଘଟଣା ଘଟିଛି ପାକିସ୍ତାନରେ । ଏହି ଘାତକ ଗେମ୍‌ ନିଶାରେ ଜଣେ ୧୪ ବର୍ଷୀୟ ବାଳକ ତା’ର ପରିବାରର ସମସ୍ତ ୪ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରିଛି । ଗୁଳିମାଡରେ ନାବାଳର ବଡ ଭାଇ,ଦୁଇ ନାବାଳିକା ଭଉଣୀ ଓ ମା’ ପ୍ରାଣ ହରାଇଛନ୍ତି । ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଗତ ସପ୍ତାହରେ ସ୍ୱାସ୍ଥ୍ୟକର୍ମୀମାନେ ଭାବେ କାମ କରୁଥିବା ନହିଦ ମୁବାରକ, ତାଙ୍କ ୨୨ ବର୍ଷୀୟ ବଡ ପୁଅ ତୈମୁର,୧୧ ଓ ୧୭ ବର୍ଷୀୟ ଦୁଇ ଝିଅଙ୍କ ମୃତଦେହ ଲାହୋରର କହ୍‌ନା ଅଞ୍ଚଳରୁ ମିଳିଥିଲା । ମୃତଦେହ ଦେହ ଗୁଡିକ ଘର ମଧ୍ୟରେ ପଡି ରହିଥିବା ବେଳେ ନହିଦଙ୍କ ସାନ ପୁଅ(୧୪) ଅକ୍ଷତ ଭାବେ ଘର ମଧ୍ୟରେ ରହିଥିଲେ । ତଦନ୍ତ ବେଳେ ଏହି ବାଳକ ଜଣଙ୍କ ପବ୍‌ଜି ଗେମ ନିଶାରେ ପଡି ଏତେ ବଡ କାଣ୍ଡ ଘଟାଇଥିବା ସ୍ୱୀକାର କରିଛି । ପ୍ରତିଦିନ ସେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଏହି ଗେମ୍‌ ଖେଳିଥାଏ । ଏଥିପାଇଁ ସେ ମାନସିକ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛି । ନହିଦଙ୍କ ଛାଡପତ୍ର ହୋଇ ସାରିଥିଲା । ସେ ପିଲାମାନଙ୍କ ସହ ଏଠାରେ ରହୁଥିଲେ । ସାନ ପୁଅ ସବୁବେଳେ ଗେମ ଖେଳୁଥିବାରୁ ସେ ଏହାକୁ ବାରଣ କରନ୍ତି । ତଥାପି ତା’ର ଗେମ ଖେଳିବା ନିଶା ଉତୁରି ନଥିଲା । ଘଟଣା ଦିନ ନହିଦ ପୁଅକୁ ଗେମ୍‌ ନ ଖେଳିବାକୁ ତାଗିଦ କରିଥିଲେ । ଏଥିସହ ଗାଳିଗୁଲଜ ମଧ୍ୟ କରିଥିଲେ । କିଛି ସମୟ ପାଇଁ ସେ ଚୁପ ବସିଥିଲା । ହେଲେ ସମସ୍ତେ ଶୋଇଯିବା ପରେ ସେ ଡ୍ରରେ ଥିବା ନହିଦଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଆଣି ସମସ୍ତଙ୍କୁ ଗୁଳି କରି ଦେଇଥିଲା । ଶୋଇଥିବା ଅବସ୍ଥାରେ ହିଁ ସମସ୍ତେ ପ୍ରାଣ ହରାଇଥିଲେ ।

hiranchal ad1
Leave A Reply

Your email address will not be published.

one + 2 =